ରାଉରକେଲା:5//6,(ଉତ୍କଳ ସମାଚାର)ଅବକାରୀ ଅଧୀକ୍ଷକ *ଶ୍ରୀଯୁକ୍ତ ଧନେଶ୍ୱର ବରାଡଙ୍କ ନିର୍ଦେଶ କ୍ରମେ, ରାଉରକେଲା ବିଭାଗ ପକ୍ଷ ରୁ ବୁଚାହଣ୍ଡା, ରେଲାପୋଷ, ଖଇରବନ୍ଧ, ରାଉରକେଲା ଟାଉନ ଅଞ୍ଚଳ ରେ ଚଢ଼ାଉ କରି ୦୭ ଗୋଟି Claim କେସ ଏବଂ ୦୪ ଗୋଟି Unclaim କେସ ମୋଟ ୧୧ ଗୋଟି କେସ ରୁଜୁ କରାଯିବା ସହିତ ମୋଟ ୮୮୫ ଲିଟର ବେଆଇନ ମହୁଲି ମଦ ଜବତ କରାଯାଇଛି ଏବଂ ୧୭୯୫୦ କିଗ୍ରା ମହୁଲ ପୋଚ ଘଟଣା ସ୍ଥଳରେ ନଷ୍ଟ କରା ଯାଇଛି। ୭ ଜଣ ଆସାମୀ କୁ କୋର୍ଟ ଚାଲାଣ କରାଯାଇଛି। ସେମାନକ ନାମ- ହୀରାମଣି କୁମ୍ଭାର, ସୁକାନ୍ତି ତନ୍ତି,ସୁମିତ୍ରା କୁମ୍ଭାର,ସରିତା କୁମ୍ଭାର, ଦୀପ ନାରାୟଣ ଦାସ,ଅଜିତ ମାହାଲି । ଏହି ଚଢ଼ାଉ ରେ Excise Inspector ଶ୍ରୀ ମୋହନ ପଧାନ ଓ inspector ହେମନ୍ତ ମହାନନ୍ଦିଆ, ASI ବିନୋଦିନୀ ବେହେରା , ବିଦୂତ ଭୂଷଣ ଦାଶ ଓ ଯୁବରାଜ ବାଗ ଓ ଷ୍ଟାଫ୍ଫ- ଗୋବର୍ଦ୍ଧନ ବିଶି ,ସୌମ୍ୟ ରଞ୍ଜନ ସାହୁ, ଆୟେଶା ମିଂଜ଼,ତ୍ରିଲୋଚନ ପାଢ଼ୀ,ପ୍ରଦୀପ ଲୁଗୁନ ,ସୁକାନ୍ତ ଅମାତ, ବବୁଲ ସ୍ୱାଇଁ,ଭିକଟୋରିଆ ଡୁଙ୍ଗଡୁଙ୍ଗ,ଲିଳିମା ଭୋଇ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନିରଞ୍ଜନ ରାଉତ, ଜଗନ୍ନାଥ ମୁଣ୍ଡାରୀ ଆଦି ସାମିଲ ଥିଲେ l

