ରାଜଗାଙ୍ଗପୁର 6/6/26:(ଉତ୍କଳ ସମାଚାର)(ସୁବାଷ ବେହେରା)ରାଜଗାଙ୍ଗପୁର ମଦୁଆ ଙ୍କ ମୁତାବକ ସରକାରୀ ଭାଟି ମଦ ଅପେକ୍ଷା ଚୋରା ମଦ ର ଚାହିଦା ବେଶୀ ଅଞ୍ଚଳରେ ଚୋରା ମଦ ରନ୍ଧା କୁଟୀର ଶିଳ୍ପ ରେ ପରିଗଣତ ହୋଇ ଯାଇଛି ଏହାକୁ ସେବନ କରି ଯାହାକି ଅଳ୍ପ ଦିନ ରେ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହୋଇ ଅଳ୍ପ ବୟସ ରେ ଜୀବନ ହାରୁଛନ୍ତି l କିନ୍ତୁ ପ୍ରଶାସନ ଚୋରା ମଦ ଶିଳ୍ପ କୁ ବନ୍ଦ କରିବା ରେ ବିଫଳହୋଇଥିବା ଦେଖିବାକୁ ମିଳୁଛି ଏପରି କି ଏକକି ଅବକାରୀ ବିଭାଗ ଦ୍ଵାରା ଚୋରା ମଦ ବ୍ୟାପାର ବନ୍ଦ କରିବା ସମ୍ଭବ ନୁହେଁ ଏହାର ବିଗତ ଦିନ ରେ ଦେଖିବାକୁ ମିଳିଥିଲା l ଚୋର ମଦ କୁ ଧରିବା ପାଇଁ ଗତ କିଛି ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଅବକାରୀ ଆରକ୍ଷୀ ନିରିକ୍ଷକ ସିଦ୍ଧେଶ୍ବର ବେସରା ଙ୍କ ନିର୍ଦ୍ଧେଶ ରେ ଅବକାରୀ ଏବଂ ପୋଲିସ ବିଭାଗ ମିଳିତ ଭାବେ ରାଜଗାଙ୍ଗପୁର ବ୍ଲକ ର କରଳାକାନୀ, ଡୁଡ଼ି, ବରପାଲି ଗ୍ରାମ ରେ ଚଢ଼ାଉ କରି ବିଭିନ୍ନ ସ୍ଥାନ ରେ ପୋତି ରଖି ଥିବା ପଚା ମହୁଲ କୁ ଜବତ କରି ଥିବା ବେଳେ ମଦ ବ୍ୟବସାୟୀ ଦୌଡ଼ି ଜଙ୍ଗଲ ଭିତର କୁ ଚାଲି ଯାଇ ଥିଲେ ଆଉ ତିନି ଜଣ ମଦ ମାଫିଆ ଙ୍କୁ ଧରି ସେମାନଙ୍କୁ ଆଇନ ଅନୁଯାଇବି ଏମ ଏସ ଧାରା 35(3)ରେ ନୋଟିସ ଦେଇଥିବା ଜଣା ଯାଇଛି l ଏହି ଚଢ଼ାଉରେ ବିଭିନ୍ନ ସ୍ଥାନରୁ 16750 କେଜି ପଚା ମହୁଲ 1165ଲିଟର ଦେଶୀ ଚୋରା ମଦ ଜବତ କରିଥିବା ଜଣା ପଡିଛି l ଏହି ଚଢ଼ାଉରେ ମାଜିଷ୍ଟେଟ ଭାବେ ସ୍ଥାନୀୟ ଅତିରିକ୍ତ ତହସିଲଦାର କିରଣ କୁମାର ସୋରେନ ଅବକାରୀ ନିରୀକ୍ଷକ ନିରଞ୍ଜନ ସାହୁ ତୁଳସୀ ଶିକ୍କା, ରାଜଗାଙ୍ଗପୁର ଅବକାରୀ ଅଧିକାରୀ ବିଜୟ କୁମାର ଜେନା,ସୁବାଷ ଚନ୍ଦ୍ର ନାୟକ ପୋଲିସ ବିଭାଗ ରେ ଏଏସ ଆଇ, ଟି ନାଗେଶ୍ୱର ରାଓ,ଏବଂ ଫୋର୍ସ ଅଂଶ ଗ୍ରହଣ କରି ଥିଲେ l ଲୋକଙ୍କ ଠାରୁ ନେଇଥିବା ମତ ଯେ ସରକାରୀ ମଦ ଭେଣ୍ଡର ରେ ଯେଉଁ ମଦ ବିକ୍ରି ହେଉ ଅଛି ତାହା ନିମ୍ନ ମାନର ଅଧିକ ଲାଭଖୋରୀ ଯୋଗୁଁ ଅଧିକ ମଦ ରେ ପାଣି ମିଶାଯାଉ ଥିବା ପାଇଁ ମଦୁଆ ଙ୍କ ସରକାରୀ ମଦ ଭାଟିରେ ମଦ ପିଇବା ଲୋକଙ୍କ ଆଗ୍ରହ କମି ଯାଇଥିବା ଅଭିଯୋଗ ହେଉ ଅଛି l

