ରାଉରକେଲା,7//6//2026:(ଉତ୍କଳ ସମାଚାର) ବିଶ୍ୱ ପରିବେଶ ଦିବସ 2026 ଅବସରେ ରାଉରକେଲାର ସ୍ୱେଚ୍ଛାସେବୀ ସଂଗଠନ ‘ୟୁଥ ମୁଭମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ‘କୁ ‘ପ୍ରକୃତି ମିତ୍ର ପୁରସ୍କାର’ ରେ ସମ୍ମାନିତ କରାଯାଇଛି। ସୁନ୍ଦରଗଡ଼ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଡ଼ିଏଫଓ ଖୁଶବନ୍ତ ସିଂହ, (ଆଇ.ଏଫ.ଏସ )ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ l ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ଼ ଉପ ଜିଲ୍ଲାପାଳ ତେଜସ୍ୱନି ବେହେରା, ଏସିଏଫ ରାଜକୁମାର ସେଠି, ଉଦ୍ୟାନ ବିଭାଗ ଡେପୁଟି ଡାଇରେକ୍ଟର ସୁଶାନ୍ତ କୁମାର ନାୟକ ଉପସ୍ଥିତ ରହି ଏହି ସମ୍ମାନ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଙ୍କୁ ପ୍ରଦାନ କରିଥିଲେ। ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ଜଙ୍ଗଲ ନିଆଁ ନିବାରଣ, ହାତୀ -ମନୁଷ୍ୟ ସଂଘର୍ଷ ନିରାକରଣ ପାଇଁ ସଚେତନତା, ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ କ୍ଷେତ୍ରେରେ ୱାଇଏମଏଫଆଇ ର ଉଲ୍ଲେଖନୀୟ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଗତ ବର୍ଷ ୱାଇଏମଏଫଆଇ ର ସଦସ୍ୟମାନେ ରାଉରକେଲାର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ, ସ୍କୁଲ୍ କଲେଜରେ ସଚେତନତା କାର୍ଯ୍ୟକ୍ରମ, ବିଭିନ୍ନ ପ୍ରତିଯୋଗିତା ଆୟୋଜନ ଏବଂ ପର୍ଯ୍ୟଟନ ସ୍ଥଳ କୁ ପ୍ଲାଷ୍ଟିକ ମୁକ୍ତ ଓ ସଫେଇ ଅଭିଯାନ କରିଥିଲେ।ପୁରସ୍କାର ଗ୍ରହଣ କରି ୱାଇ ଏମ ଏଫ ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ କହିଛନ୍ତି ଯେ , “ଏହି ସମ୍ମାନ ଆମ ପାଇଁ ପ୍ରେରଣା। ରାଉରକେଲାକୁ ସବୁଜ ଓ ପ୍ରଦୂଷଣମୁକ୍ତ କରିବା ପାଇଁ ଆମେ ଆଗକୁ ମଧ୍ୟ ଦୃଢ଼ ସଂକଳ୍ପରେ କାମ ଜାରି ରଖିବୁ।”ଏହି ସମ୍ମାନ ପରେ ରାଉରକେଲାର ଯୁବପୀଢ଼ି ମଧ୍ୟରେ ପରିବେଶ ସୁରକ୍ଷା ପ୍ରତି ଉତ୍ସାହ ବୃଦ୍ଧି ପାଇଛି l

