ରାଜଗାଙ୍ଗପୁର 8/6/26(ଉତ୍କଳ ସମାଚାର) ସୁବାଷ ବେହେରା)ରାଜଗାଙ୍ଗପୁର ବ୍ଲକ ଏବଂ ପୌର ପାଳିକାର ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ ଅଶୋକ କୁମାର ଲାକ୍ରା ଦାୟିତ୍ୱ ନିର୍ବାହ କରି ଛନ୍ତି l ସେ ଓଡିଶା ଶିକ୍ଷା ସର୍ଭିସ ପ୍ରାପ୍ତ ହେବା ପରେ ରାଜଗାଙ୍ଗପୁରପି ଏମ ରାଷ୍ଟ୍ର ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଵା ପରେ କୁତ୍ରା ବ୍ଲକର ବି ଇ ଓ ଭାବେ ଉପ ଦାୟିତ୍ୱ ନିର୍ବାହ କରି ଥିଲେ l ପରେ ତାଙ୍କୁ ଲେଫିରିପଡା ବ୍ଲକ କୁ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ ବଦଳି ଆଦେଶ ହେଇଥିଲା ଏବଂ ପରେ ସେଠାରେ ସୁଚାରୁ ଭାବେ କାର୍ଯ୍ୟ ସମ୍ପାଦନ କରିଥିବାରୁ ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ର ଉପ ଦାୟିତ୍ୱ ବହନ କରି ଆସୁ ଥିବା ଜଣା ଯାଇଛି l ରାଜଗାଙ୍ଗପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ ବଦଳି ଆଦେଶ ଆସିବା ପରେ ରାଜଗାଙ୍ଗପୁର ବ୍ଲକ ଓ କୁତ୍ରା ବ୍ଲକ ଶିକ୍ଷକ ମାନଙ୍କ ମଧ୍ୟ୍ୟରେ ବେଶ ଖୁସି ଓ ଉଲଷ ର ମହଲ ଦେଖିବାକୁ ମିଳିଛିରାଜଗାଙ୍ଗପୁର ବ୍ଲକ ଏଠାରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରି ବ୍ଲକ ଏବଂ ପୌର ପାଳିକା ଅଞ୍ଚଳ ର ବିଭିନ୍ନ ସ୍କୁଲ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ବିଭିନ୍ନ ସମସ୍ୟା ସହ ଶିକ୍ଷା କ୍ଷେତ୍ର କୁ ସୁଦୃଢ କରିବା ପ୍ରାଥମିକତା ଦେବେ ବୋଲି ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସହର ର ବୁଦ୍ଧିଜୀବୀ ମାନେ ମତ ବ୍ୟକ୍ତ କରିଛନ୍ତି

