ରାଜଗାଙ୍ଗପୁର 8/6/26(ଉତ୍କଳ ସମାଚାର) ସୁବାଷ ବେହେରା) ଆଜି ସ୍ଥାନୀୟ ଘୋଗରମଲ ଧର୍ମଶାଳା ଠାରେ ବରିଷ୍ଠ ନାଗରିକ ସଙ୍ଘ ର ବର୍ଷ 2026/27ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ କରା ଯାଇ ଥିଲା l ନିର୍ବାଚନ ପୂର୍ବରୁ ପ୍ରଭୁଙ୍କ ଭଜନ ଉଚ୍ଚାରଣ କରି ଵା ପରେ ଜାତୀୟ ସଂଗୀତ ଗାନ କରା ଯାଇ ଥିଲା ବରିଷ୍ଠ ନାଗରିକ କମିଟି ରେ ସଦସ୍ୟ ଙ୍କ ମଧ୍ୟ୍ୟରେ ସ୍ୱର୍ଗ ରୋହଣ କରିଥିବା ସଦସ୍ୟ ମାନଙ୍କ ପାଇଁ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇ ଥିଲା l ବରିଷ୍ଠ ନାଗରିକ ସଙ୍ଘର ନିୟମ ଅନୁଯାଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରା ଯାଇ ଥିଲା ପ୍ରତି ଦୁଇ ବର୍ଷରେ ଥରେ ନୂତନ କମିଟି ଗଠନ କରାଯିବା ପାଇଁ ନିୟମ ରଖା ଯାଇଛି l ଯାହାକି ପୂର୍ବତନ ସଭାପତି ଓମ ପ୍ରକାଶ ଅଗ୍ରୱାଲ ଙ୍କ ଉପସ୍ଥିତିରେ ସଭାପତି ପଦ ପାଇଁ ପଦ୍ମ ଲାଭ ସାମଲ ତାଙ୍କ ନାମଙ୍କନ ପତ୍ର ଦାଖଲ କରିବା ପରେ ଅନ୍ୟ କେହି ସଭାପତି ପଦ ରେ ନାମଙ୍କନ ପତ୍ର ଦାଖଲ କରି ନଥିଲେ ଯାହା କି ସେ ନିଦ୍ୱର୍ନ୍ଦ ରେ ନିର୍ବାଚିତ ହୋଇ ଥିଲେ l ପୁର୍ନବାର ସାଧାରଣ ସମ୍ପାଦକ ପଦ ପାଇଁ ଜଗତ ନାରାୟଣ ଶର୍ମା ନିର୍ବାଚନ ରେ ନାମଙ୍କନ ପତ୍ର ଦାଖଲ କରିଥିଲେ l ଉପସଭାପତି ପାଇଁ କମଳ ଅଗ୍ରୱାଲ ଏବଂ ଡ଼ଃ ସରୋଜନୀ ସାହୁ ନାମଙ୍କନ ପତ୍ର ଦାଖଲ କରି ଥିଲେ ଯୁଗ୍ମ ସମ୍ପାଦକ ପଦରେ ବିରଞ୍ଚି ନାରାୟଣ ପଟେଲ ଏବଂ ଅରବିନ୍ଦ କୁମାର ଚୋବେ କୋଷାଧକ୍ଷ ପଦ ପାଇଁ ହେମନ୍ତ କୁମାର ସିଂ ନାମଙ୍କନ ଦାଖଲ କରି ଏହି ସମସ୍ତ ପଦ ରେ ନିଦ୍ଵନ୍ଦ ରେ ନିର୍ବାଚିତ ହୋଇଛନ୍ତି l ବରିଷ୍ଠ ଓକିଲ ପ୍ରଦୀପ କୁମାର କେଶରୱାନୀ ଓ ରାଜୀବ ଲୋଚନ ହାଜରା ଏହି ନିର୍ବାଚନ କୁ ସଂଚାଳନ କରି ଜୟ ଯୁକ୍ତ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଥିଲେ l ଏହି ନିର୍ବାଚନ ରେ ବରିଷ୍ଠ ନାଗରିକ କମିଟି ରେ ସଦସ୍ୟ ମଧ୍ୟରେ କପୁର ଅଗ୍ରୱାଲ, ଗୌରୀ ଶଙ୍କର ଗଡୋଡ଼ିଆ , ରାକେଶ ନନ୍ଦା, ଡ଼ଃ ପବିତ୍ର କୁମାର ସାହୁ, ଡ଼ଃ ଉମେଶ ଚନ୍ଦ୍ର ଗୁରୁ, ରବିନାରାୟଣ ସାହୁ,ଏବଂ ବହୁ ସଦସ୍ୟ ଉପସ୍ଥିତ ଥିଲେ l

