ନବରଙ୍ଗପୁର,8//6,(ଉତ୍କଳ ସମାଚାର)ପାପଡାହାଣ୍ଡି – ବ୍ରିଟିଶ ଶାସନରୁ ପରାଧୀନ ଭାରତକୁ ସ୍ୱାଧୀନତା ଆଣି ଦେଇଥିବା ଆମର ଜାତୀୟ ପିତା ମୋହନଦାସ କରମଚାନ୍ଦ ଗାନ୍ଧୀ ( ବାପୁଜି ) ଙ୍କ ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଠାରେ ଥିବା ପ୍ରତିମୂର୍ତ୍ତି ପରିସରରେ ବ୍ଲକ କାର୍ଯ୍ୟାଳୟ କୁ ବିଭିନ୍ନ କାମରେ ପ୍ରତିଦିନ ଆସୁଥିବା ଲୋକଙ୍କ ପାଇଁ ଏବଂ ବସକୁ ଅପେକ୍ଷା କରି ରହିଥିବା ଲୋକଙ୍କ ପାଇଁ ଏହି ସ୍ଥାନଟି ପରିସ୍ରାଗାର ପାଲଟିଛି ଏବଂ ରାତିରେ ମଦ୍ୟପଙ୍କ ଆଡ୍ଡା ଜମୁଛି l ପରିବେଶ ଦୁର୍ଗନ୍ଧ ରେ ଫାଟି ପଡୁଛି l ନିକଟରେ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ରହିଛି ଏଠାରେ କୋମଳମୋତି ଶିଶୁ ବାଲବାଟିକା ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଏହି ରାସ୍ତାରେ ଯିବା ଆସିବା କରନ୍ତି l ପରିସରରେ ଥିବା ଗେଟ ଟି ଦିନ ରାତି ଖୋଲା ରହୁଛି , ବର୍ତ୍ତମାନ ପରିସରରେ ଘାସ, ଲତା, ବୁଦା ରେ ପରିପୂର୍ଣ୍ଣ ହୋଇ ରହିଛି l କେବଳ କିଛି ନିର୍ଦ୍ଧିଷ୍ଟ ଦିନ ମାନଙ୍କରେ ରାଜନେତା ଏବଂ ସରକାରୀ ଅଧିକାରୀ ଙ୍କ ପାଦ ପଡେ ଏବଂ ପରିସର ସଫା ହୁଏ l ବ୍ଲକ କାର୍ଯ୍ୟାଳୟ କୁ ନିୟମିତ ଜିଲ୍ଲାର ଜିଲ୍ଲା ସ୍ତରୀୟ ଅଧିକାରୀ, ରାଜନେତା, ବ୍ଲକସ୍ତରୀୟ ଅଧିକାରୀ ନିୟମିତ ବୈଠକ, ସଭାସମିତି ରେ ଯୋଗ ଦେବାକୁ ଆସୁଥିବା ବେଳେ ଏଥିପ୍ରତି କାହାର ମଧ୍ୟ ନଜର ପଡ଼ୁନାହଁ l ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବାପୁଜୀ ଙ୍କ ପ୍ରତିମୂର୍ତ୍ତି ପରିସରରେ ସଫା ସୁତୁରା ସହିତ ପରିବେଶ ସ୍ୱଚ୍ଛ କରିବାକୁ ଅଞ୍ଚଳର ବୁଦ୍ଧିଜୀବୀଙ୍କ ମହଲରୁ ଦାବି ଉଠିଛି l

