ଉମରକୋଟ,ନରସିଂବାଘ ୦୯/୦୬/୨୦୨୬:(ଉତ୍କଳ ସମାଚାର)୪ ଦଫା ମୁଖ୍ୟ ଦାବିକୁ ନେଇ ଆଜି ଉମରକୋଟରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ TPSODL ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଉଠାଇ ଦଳର ପୁରୁଖା ନେତା ଓ କର୍ମୀମାନେ ଘେରାଉ କରି ନାରାବାଜି କରିଥିଲେ।ବିଜେଡି ପକ୍ଷରୁ ଉଠାଯାଇଥିବା ମୁଖ୍ୟ ୪ ଦଫା ଦାବି ମଧ୍ୟରେ ରହିଛି —(୧) ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଣ,(୨) ଅଘୋଷିତ ବିଦ୍ୟୁତ କାଟକୁ ତୁରନ୍ତ ବନ୍ଦ କରାଯିବା,(୩) ଅହେତୁକ ବିଜୁଳି ଦର ବୃଦ୍ଧି ପ୍ରତ୍ୟାହାର,(୪) ଅଞ୍ଚଳରେ ଝୁଲି ରହିଥିବା ବିପଦଜନକ ବିଦ୍ୟୁତ ତାରଗୁଡିକର ଶୀଘ୍ର ପରିବର୍ତ୍ତନ।ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରଦୀପ କୁମାର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ଝଙ୍କାର, ଉମରକୋଟ ବିଧାୟକ ପ୍ରାର୍ଥୀ ନବୀନ ନାୟକ, ପୌରାଧ୍ୟକ୍ଷା ରାଧା ଭତ୍ରା ଓ ବିଜୁ ଯୁବ ସଂଗଠନର ସଭାପତି ଚନ୍ଦନ ବେହେରା ସହ ଶତାଧିକ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ।ବିଜେଡି ନେତାମାନେ ସଚେତନ କରିଥିଲେ ଯେ, ଯଦି ଶୀଘ୍ର ଦାବିଗୁଡିକ ପୂରଣ କରାଯିବ ନାହିଁ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।

