କେନ୍ଦୁଝର:12//6,(ଉତ୍କଳ ସମାଚାର)ଧରଣୀଧର ବିଶ୍ବବିଦ୍ୟାଳୟ ପଡ଼ିଆ ଠାରେ ପଞ୍ଚମ ଓଡିଶା ଗ୍ରାମ୍ୟ ମେଳା ଉଦଘାଟିତ ହୋଇଯାଇଛି। ବିଶ୍ବବିଦ୍ୟାଳୟ କୁଳପତି ଶ୍ରୀ ସୁଶାନ୍ତ କୁମାର ପାତ୍ର , ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଜୁନ୍ ୧୧ ତାରିଖରୁ ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହେବ । ଆମ ଗାଁ, ଆମ ମାଟି ଓ ଆମ ପରମ୍ପରା ର ବାର୍ତ୍ତା ଦେଉଥିବା ଏହି ମେଳାରେ ହସ୍ତତନ୍ତ, ହସ୍ତଶିଳ୍ପ, ଘରୋଇ ଉପକରଣ,ବୈଦୁତିକ ଉପକରଣ ତଥା ବିଭିନ୍ନ ରାଜ୍ୟରୁ ଆସିଥିବା ଆଞ୍ଚଳିକ ପ୍ରସିଦ୍ଧ ଶାଢୀ ପୋଷାକ ଆଦିର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଷ୍ଟଲ୍ ମାନ ପ୍ରଦର୍ଶିତ ହେବ। ଗୃହସ୍ଥୀ ମସଲା ଷ୍ଟଲ ରେ ମସଲା ଉପରେ ଆକର୍ଷଣୀୟ ରିହାତି ମଧ୍ୟ ମିଳିବ। ଏଥିସହିତ ଛାତ୍ରଛାତ୍ରୀ ତଥା କେନ୍ଦୁଝରର ବିଭିନ୍ନ କଳାକାର ମାନଙ୍କ ନିମନ୍ତେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ । ରଜ ଉପଲକ୍ଷେ ଛୋଟ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଦୋଳି ଗୁଡ଼ିକ ଏହି ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ଓ ମେଳା ମଧ୍ୟକୁ ବୁଲି ଆସିବା ସହିତ ନିଜ ମନ ପସନ୍ଦର ସାମଗ୍ରୀ କିଣିନେବା ନିମନ୍ତେ ମେଳାର ଆବାହକ ସଞ୍ଜୟ କୁମାର ସାହୁ ଅନୁରୋଧ କରିଛନ୍ତି । ଆଜିର ଏହି ଉଦଘାଟନି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ୨୧ ନମ୍ବର ୱାର୍ଡ ର କାଉନସିଲର ଶ୍ରୀ ହେମନ୍ତ କୁମାର ପତି ସମ୍ମାନନୀୟ ଅତିଥି ରୁପେ ଉପସ୍ଥିତ ରହି ଗ୍ରାମ୍ୟ ମେଳା ବିଷୟରେ ନିଜର ମତ ରଖି ଥିଲେ ।
