ରାଉରକେଲା ୧୨/୬,(ଉତ୍କଳ ସମାଚାର) ଇସ୍ପାତ ସହରର ଆମ୍ବବାଗାନରେ ଥିବା ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ବଣିକ ସଂଘର ଏକ ସାଧାରଣ ଜରୁରୀ ବୈଠକ ଆଜି ସେକ୍ଟର-୫ ସ୍ଥିତ ଆଶୀର୍ବାଦ ମଣ୍ଡପ ଠାରେ ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ବଣିକ ସଂଘର ପୂର୍ବତନ ସଭାପତି ଶଙ୍କର ଜେନାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଆରମ୍ଭରେ ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ବଣିକ ସଂଘର ପୂର୍ବତନ ସଭାପତି ଶଙ୍କର ଜେନା ମାର୍କେଟ କମିଟି ବିଷୟରେ ସୂଚନା ଦେଇ କହିଥିଲେ ଯେ, ପୂର୍ବରୁ ଥିବା କମିଟିରେ ତିନି ଜଣ କର୍ମକର୍ତ୍ତା ଥିଲାବେଳେ, ସେଥିମଧ୍ୟରୁ କୋଷାଧ୍ୟକ୍ଷ ଥିବା ଶ୍ଯାମସୁନ୍ଦର ସ୍ବାଇଁ ପ୍ରାୟ ବର୍ଷେ ପୂର୍ବରୁ ବ୍ଯକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବାରୁ ମାର୍କେଟ କମିଟିର ପୁନଃ ନିର୍ବାଚନ ହେବାର ସମୟ ଆସିଛି। ଏଥିସହିତ ତିନୋଟି ବିଷୟରେ ଆଲୋଚନା ହେବାକୁ ସ୍ଥିର କରାଯାଇଛି। ପ୍ରଥମରେ ମାର୍କେଟରେ ଥିବା ଦୋକାନୀଙ୍କ ମାଲିକାନାକୁ ନେଇ ତୃତୀୟ ପକ୍ଷ ମାଲିକାନା ହସ୍ତାନ୍ତର। ଦ୍ବିତୀୟରେ ଯେଉଁ ଦୋକାନୀମାନେ ସ୍ଥିତାବସ୍ଥା ) ଯୋଗୁଁ ବସି ରହିଛନ୍ତି, ସେମାନଙ୍କୁ ସେଥିରୁ ମୁକୁଳାଇ ଥଇଥାନ କରାଇବା। ତୃତୀୟରେ ମାର୍କେଟ ପରିସରରେ ନମାଜ ପଢିବା ପାଇଁ ସ୍ଥାନ ନିରୂପଣ ଏବଂ ମନ୍ଦିର ନିର୍ମାଣ। ବର୍ତ୍ତମାନ ରାଧାକୃଷ୍ଣ ମନ୍ଦିର ନିର୍ମାଣ ଚାଲିଥିବା ବେଳେ, ତାହା କିପରି ଭବ୍ୟ ମନ୍ଦିର ହୋଇପାରିବ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ଏବଂ ହନୁମାନ ମନ୍ଦିର ନିର୍ମାଣ।ପୂର୍ବରୁ ଥିବା କମିଟିରେ ଶ୍ଯାମସୁନ୍ଦର ସ୍ବାଇଁ କୋଷାଧ୍ୟକ୍ଷ ଥିଲେ। ସେ ବ୍ଯକ୍ତିଗତ କାରଣ ଦେଖାଇ ପ୍ରାୟ ବର୍ଷେ ପୂର୍ବରୁ ଇସ୍ତଫା ଦେଇଥିଲେ। ଅନ୍ଯପକ୍ଷରେ କମିଟିରେ ଅନ୍ୟ ଦୁଇ ଜଣ ତିନି ବର୍ଷ ମଧ୍ୟରେ କୌଣସି ସାଧାରଣ ବୈଠକ ଡକାଇ ନଥିବାରୁ କମିଟି ଅର୍ଥାତ୍ ବ୍ଯବସାୟୀକ ସଂଘର ପୁନଃ ନିର୍ବାଚନ ହେବାର ଆବଶ୍ୟକତା ରହିଛି। ଧାରଣ ଜରୁରୀ ବୈଠକରେ ପୂର୍ବତନ ସଭାପତି ଶଙ୍କର ଜେନା, ଭଗବାନ ବିଶ୍ବାଳ, ମୂରଲୀଧର ମିଶ୍ର, ଦୀନବନ୍ଧୁ ନାୟକ କୂଳମଣି ଧଳ, ରାମବୀର ପ୍ରସାଦ, ମୂରଲୀଧର ପାଣିଗ୍ରାହୀ, ନଳୀନି ସାହୁ, ସରୋଜ ଖଟୁଆ, ହିମାଂଶୁ ଭାଇ ନିଜ ନିଜର ବକ୍ତବ୍ୟରେ କହିଥିଲେ ଯେ ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ବଣିକ ସଂଘର ପୁନଃ ନିର୍ବାଚନ ହେଲେ, ଏସବୁ ସମସ୍ଯାର ସମାଧାନ ହୋଇପାରିବ। ସେଠାରେ ଉପସ୍ଥିତ ଥିବା ପ୍ରାୟ ୨୦୦ ବ୍ଯବସାୟୀ ଏହାକୁ ସମର୍ଥନ କରିଥିଲେ।

