ପାପଡାହାଣ୍ଡି -18:6:26-(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲାର କୋଡ଼ିଙ୍ଗା ନିକଟରେ ଥିବା ଫାର୍ଷାଗୁଡା ଗ୍ରାମରେ ଆଜିକୁ ଦୀର୍ଘ 10 ଦିନ ହେବ ବିଦୂତ ନହିଁ , ପ୍ରବଳ ଗରମ ରେ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସି , ଜନଜୀବନ ଅସ୍ତବ୍ୟସ୍ତ ଗ୍ରାମବାସି , ସମ୍ପୂର୍ଣ ଗ୍ରାମ ଅନ୍ଧାରରେ ରହିଛି l ସୂଚନା ଯୋଗ୍ୟ 10 ଦିନ ପୂର୍ବରୁ ଗ୍ରାମରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇଥିଲା ଏବଂ ଏହି ବର୍ଷା ରେ ବିଜୁଳି ମାରିବାରୁ ଟ୍ରାନ୍ସଫର ଟି ପୋଡ଼ିଯାଇଥିଲା, ଗ୍ରାମବାସୀ ବିଭାଗ କୁ କହିବାରୁ ବିଦୂତ ବିଭାଗ ଯଥାଶୀଘ୍ର ତିଆରି ହେବାର ପ୍ରତିଶୃତି ଦେଇଥିଲେ l ଗ୍ରାମବାସୀ ଏ ସମ୍ପର୍କରେ 12:6:26 ତାରିଖ ରେ କୋଷାଗୁମୁଡ଼ା ବିଦୂତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇ ଥିଲେ କିନ୍ତୁ ଗ୍ରାମକୁ ବିଦୂତ ଆସିଲା ନାହଁ ତେଣୁ ଆଜି ଗ୍ରାମର ଶତାଧିକ ମହିଳା, ପୁରୁଷ ମିଳିତ ଭାବେ ପାପଡାହାଣ୍ଡି ଏସଡିଓ ଙ୍କ କାର୍ଯ୍ୟାଳୟ କୁ ଆସି ଏସଡିଓ ଙ୍କ ଅନୁପସ୍ଥିତ ରେ କାର୍ଯ୍ୟାଳୟ ଠାରେ ଲିଖିତ ଭାବେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି l ଏ ସମ୍ପର୍କରେ କୋଷାଗୁମୁଡ଼ା ବିଦୂତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ରେ ପଚାରିବାରୁ ସେ ରଜ ଛୁଟି ପାଇଁ ଡେରି ହୋଇଛି ଆଉ ଦୁଇ ଦିନ ମଧ୍ୟରେ ଗ୍ରାମରେ ଏକ ନୂତନ ଟ୍ରାନ୍ସଫରମର ଲାଗିବ ବୋଲି କହିଛନ୍ତି l ଏହାପରେ ଗ୍ରାମବାସୀ ଗ୍ରାମରେ ଦୁଇଦିନ ମଧ୍ୟରେ ବିଦୂତ ନ ଆସିଲେ ଗ୍ରାମବାସୀ ମୁଖ୍ୟରାସ୍ତା କୁ ଅବୋରଧ କରିବାକୁ ଚେତାବନୀ ଦେଇ କାର୍ଯ୍ୟାଳୟ ରୁ ଫେରିଛନ୍ତି l

