ସମ୍ବଲପୁର,୧୮/୦୬(ଉତ୍କଳ ସମାଚାର),(ସରୋଜ ସାହୁ): ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୁଯୋମୁରା ବ୍ଲକର ମେଘପାଳ ପଂଚାୟତ ଟାମ୍ପରସିଂହା ଠାରେ ଗଙ୍ଗା ମାତାଙ୍କ ନବ ନିର୍ମିତ ମନ୍ଦିରର ରତ୍ନ ମୁଦ ତଥା କୁମ୍ଭ ଭରନି ଉତ୍ସବ ବୁଧବାର ମହାସମାରୋହ ରେ ଅନୁଷ୍ଠିତ ହୋଇଛି I ରେଢ଼ାଖୋଲ ବିଧାୟକ ତଥା ବିରୋଧି ଦଳ ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଏହି ରତ୍ନ ମୁଦ ତଥା କୁମ୍ଭ ଭରନି ଉତ୍ସବରେ ଯୋଗ ଦେବା ସହିତ ଗଙ୍ଗା ମନ୍ଦିର “ମିର୍ଦ୍ଧା ସମାଜ”ର ଅନନ୍ୟ ପରମ୍ପରା ର ନିରର୍ଶନ ଅଟେ ବୋଲି ପ୍ରକାଶ କରିଥିଲେ I ଏହି ରତ୍ନମୁଦ ଉତ୍ସବ ଅବସରରେ ବୁଧବାର ପ୍ରାତଃ ରେ ନିକଟ ନାଳରୁ ପୂର୍ଣ୍ଣଜଳ କୁମ୍ଭ କଳସ ଯାତ୍ରା ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ବାତା ବରଣରେ ଯଜ୍ଞ ମଣ୍ଡପରେ ଅବସ୍ଥାପିତ କରାଯାଇଥିଲା I ପଣ୍ଡିତଙ୍କ ମନ୍ତ୍ର ପାଠ ହରିବୋଲ ହୁଳହୁଳି, ସଂକୀର୍ତନରେ ମନ୍ଦିରର ରତ୍ନ ମୁଦ ସମାପନ ହୋଇଥିଲା । ଏହି ରତ୍ନମୁଦ କାର୍ୟ୍ୟକ୍ରମରେ କର୍ତ୍ତା ଭାବେ ଅଭି ମିର୍ଧା ଓ କୁଞ୍ଜ ମିର୍ଧା ଙ୍କ ସହ ଧର୍ମିଣୀ କାର୍ୟ୍ୟଭାର ତୁଲାଇଥିବା ବେଳେ ଏହି ଅବସରରେ ହୋମ ଯଜ୍ଞ, ଅନ୍ନ ଯଜ୍ଞ କରାଯାଇଥିଲା । ବରିଷ୍ଠ ବିଜେଡି ନେତା ଅନାଦି ସାହୁ, ବିଜୁ ୟୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ହୀରାଲାଲ ବେହେରା, ଯୁଯୋମୁରା ବ୍ଲକ ବିଜେଡି ସଭାପତି ବିନୋଦ ବଡପଣ୍ଡା ମେଘପାଳ ସରପଞ୍ଚ ଶ୍ରୀମତୀ ମମତା ପ୍ରଧାନ, ସମିତି ସଭ୍ୟା ଶ୍ରୀମତୀ ଲିଳିମା ଧୂରୁଆ, ଡ଼ଙ୍ଗରପଡା ପଂଚାୟତ ସରପଞ୍ଚ ଅୟସ କାନ୍ତ ବଡ଼ପଣ୍ଡା, ସମିତି ସଭ୍ୟ ପ୍ରକାଶ ପ୍ରଧାନ, ଘନ ଶ୍ୟାମ ସାହୁ, ଇସମାଇଲ ଆଜାଦ ବଢ଼େଇ, ପ୍ରତାପ ନାୟକ, ଶିବ ମହାକୁର, ପଦ୍ମଲୋଚନ ରାଉତ, ଦିପକ ସେଠ, ଅର୍ଣ୍ଣ ବେହେରା, ପ୍ରଦୀପ ମିର୍ଧା, ମାଖନ ମିର୍ଧା, ଜଗତେ ମିର୍ଧା, ଶ୍ରଦ୍ଧାକର ମିର୍ଧା, ନେତ୍ର ମିର୍ଧା, ଦିଲୀପ ମିର୍ଧା ଙ୍କ ସମେତ ଅଂଚଳର ଶହଶହ ଭକ୍ତ ଉତ୍ସବରେ ଯୋଗ ଦାନ କରିଥିଲେ । ପୁରୋହିତ ଶ୍ରୀ ଆଶୁତୋଷ ବଡ଼ପଣ୍ଡା ହୋମ ଯଜ୍ଞ, ମନ୍ତ୍ର ପାଠ କରିଥିଲେ ।

