ରାଉରକେଲା ୨୧/୬,(ଉତ୍କଳ ସମାଚାର) ଯୋଗ ଓ ପ୍ରାଣାୟମ ଦ୍ବାରା ଶରୀର ଓ ମନକୁ ସୁସ୍ଥ ରଖାଯାଇପାରିବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଜାଗ୍ରତ କରାଯାଇପାରିବ।ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଆଜି ରାଉରକେଲା ପୋଲିସ୍ ପକ୍ଷରୁ ରିଜର୍ଭ ପୋଲିସ୍ ପଡିଆରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୋଗ କାର୍ଯ୍ଯକ୍ରମରେ ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀଙ୍କ ସମେତ ସଂରକ୍ଷିତ ଆରକ୍ଷୀ ବାହିନୀର ଜବାନମାନେ ଯୋଗ, ପ୍ରାଣାୟାମ୍ ଓ ବ୍ଯାୟାମ କରିଥିଲେ। ପ୍ରଶିକ୍ଷିତ ଯୋଗ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶରୀର ପାଇଁ ଯୋଗ ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିଲା ବେଳେ, ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ।

