ସମ୍ବଲପୁର,୨୫/୦୬(ଉତ୍କଳ ସମାଚାର),(ସରୋଜ ସାହୁ):ଏନ.ଏସ.ଏସ ବ୍ୟୁରୋ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର, ବୁର୍ଲା ଦ୍ୱାରା ଆୟୋଜିତ ମିନି ଅଡିଟୋରିୟମ ଠାରେ ଏନଏସଏସ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି I ଏହି ଅବସରରେ କୁଳପତି ପ୍ରଫେସର ଡ଼.ବିଧୁଭୁଷଣ ମିଶ୍ରଙ୍କ ସଭାପତିତ୍ୱରେ ରାଜ୍ୟ ଆଞ୍ଚଳିକ ନିର୍ଦେଶିକା ଏନ.ଏସ.ଏସର ଡ଼. ସରିତା ପଟେଲ, ଏସ.ଏନ. ଓ ଡ଼. ରମେଶ ଚନ୍ଦ୍ର ବେହେରା, ରାଜ୍ୟ ଯୁବ ଅଧିକାରୀ ଏ. ଏସ କବିର, ସଂଯୋଜକ ଡ଼. ବୀରେନ୍ଦ୍ର କୁମାର ବେହେରା ଯୋଗଦେଇ ଏନ.ଏସ.ଏସର ବିଭିନ୍ନ ଯୋଜନା ଓ ବିଗତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମ ଯୋଗଦାନ କରିଥିବା ଅଧିକାରୀ ମାନେ ନିଜନିଜର ଅଭିମତ ପ୍ରଦାନ କରିଥିଲେ I ଏନ. ଏସ. ଏସ କିଟ ବଣ୍ଟନ ପରେ ଡ଼. ଏସ ରାମାଦେବୀ ଧନ୍ୟବାଦ ଅର୍ପଣ କରିଥିଲେ I ଅପରାହ୍ନ ସମୟରେ ଏନ.ଏସ. ଏସ ପରାମର୍ଶଦାତା ସମିତିର ସମସ୍ତ ସଭ୍ୟସଭ୍ୟା ମାନଂକୁ ନେଇ କୁଳପତି ସମ୍ବିଳନୀ କକ୍ଷଠାରେ ବିଗତ ଓ ଚଳିତ ବର୍ଷର ସମସ୍ତ ବିବରଣୀ ଉପରେ ଆଲୋଚନା ହୋଇଥିଲା I ବିଭାଗର ଲଳିତ କୁମାର ରାଉଳ ଓ ନିର୍ମଳ କୁମାର ବଗର୍ତି ସହଯୋଗ କରିଥିଲେ I

