ରାଜଗାଙ୍ଗପୁର:25/6/26,(ଉତ୍କଳ ସମାଚାର) ଆସନ୍ତା 26ତାରିଖରେ ହେବାକୁ ଥିବା ମହରମ ପର୍ବ ଉପଲକ୍ଷେ ଗତ କାଲି ସନ୍ଧ୍ୟା ସମୟରେ ରାଜଗାଙ୍ଗପୁରଥାନା ପରିସରରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି l ପ୍ରଥମେ ଥାନା ପରିସରେ ନିର୍ମାଣ ହୋଇଥିବା ସେବା ସୁରକ୍ଷା ନ୍ୟାୟ ମଣ୍ଡପ କୁ ସୁନ୍ଦର ଗଡ଼ ଏସ ପି ଅମୃତ ପାଲ କୌର ଙ୍କ ଉପସ୍ଥିତି ରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜଶ କୁମାର ରାୟ ଉଦଘାଟନ କରି ଥିଲେ l ଏହି ଶାନ୍ତି କମିଟିବୈଠକ ରେ ଡିଆଇଜି ବ୍ରିଜଶ କୁମାର ଙ୍କ ନେତୃତ୍ୱ ରେ ଅନୁଷ୍ଠିତ କରା ଯାଇ ସମସ୍ତ ଙ୍କୁ କିପରି ଶାନ୍ତି ଶୃଙ୍ଖଳା ସହ ଉପସ୍ଥିତ ସବୁ ଧର୍ମର ବ୍ୟକ୍ତିଙ୍କୁ ଅନୁରୋଧ କରି କୌଣସି ଧର୍ମ କୁ ଆଘାତ ଲାଗିବ ପରି ସମାଚାର ପ୍ରସାର ନ କରିବା ପାଇଁ ଚେତାବନୀ ଦେଇ ଥିଲେ l ସୁନ୍ଦରଗଡ଼ ଏସ ପି ଅମୃତପାଲ କୌର ସମସ୍ତ ଆଖଡ଼ା ଦଳ ଗୁଡିକ ଠିକ ସମୟ ଶୋଭାଯାତ୍ରା ବାହାର କରିଵା ପାଇଁ ପରାମର୍ଶ ଦେଇ ଥିଲେ l ଅତିରିକ୍ତ ଏସ ପି ମହେନ୍ଦ୍ର କୁମାର ମୁର୍ମୁ ଏବଂ ଶାନ୍ତା ସୁମନ ସମଦ ଥାନା ପ୍ରଭାରୀ ବିଜୟ କିଶୋର ଦାଶ ରାଜଗାଙ୍ଗପୁର ତହସିଲଦାର ଗୋପବନ୍ଧୁ ମଲ୍ଲିକ ପୌର ପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଦଣ୍ଡସେନା ପୌର ପାଳିକା ଅଧକ୍ଷ ମାଧୁରୀ ଲୁଗୁନ ବିଦ୍ୟୁତ ବିଭାଗ ଏସ ଡି ଓ ସଂଜୀବ କୁମାର ମହାନ୍ତି ଜଳ ଯୋଗାଣ ଉପ ଯନ୍ତ୍ରୀ ନିବେଦିତା ବେହେରା ପ୍ରମୁଖ ମହରମ ପର୍ବ ପାଇଁ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶୃତି ପ୍ରଦାନ କରି ଥିଲେ l ଏହି ଶାନ୍ତି କମିଟି ବୈଠକ ରେ ପୂର୍ବତନ ପୌର ଉପାଧକ୍ଷ ଇଫିତି ଖାର ଅହମ୍ମଦ(ପାକାବାବୁ)ପୂର୍ବତନ ପୌର ଉପାଧକ୍ଷ ଅଶୋକ କୁମାର ଦାସ ମୁସିଲିମ କମିଟି ର ଏମ ଡି ମସୁଦ ଅମନ ମହମ୍ମଦ ଆରିଫ,କୁତୁ ରବାନୀ, ଜାଫର ମୋବିନ ଅହମ୍ମଦ କଂଗ୍ରେସ ଟାଉନ ସଭାପତି ଦେବ ରଞ୍ଜନ ବିନୋଦ, ବିଜେପି ଟାଉନ ସଭାପତି ରାଜନ ଶୋନୀ ବାରଏସସେନ ର ସଭାପତି ଅଶୋକ କୁମାର ପାଣି ଶାନ୍ତି ଶୃଙ୍ଖଳା ସହ ପାଳନ କରାଯାଇ ପାରିବ ଏବଂଶୋଭାଯାତ୍ରା ରେ ସମୟ ରେ ବିଭିନ୍ନ ଅସୁବିଧା ଗୁଡିକ ଉପରେ ମତ ବ୍ୟକ୍ତ କରିଥିଲେ l9ଟି ଆଖଡ଼ାର ସଭାପତି ସହ କମିଟି ର ସଦସ୍ୟ ବୃନ୍ଦ ବିଭିନ୍ନ ସମ୍ପ୍ରଦାୟ ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l ଏହି ଶାନ୍ତି କମିଟି ବୈଠକ କୁ ରାଜଗାଙ୍ଗପୁର ଏସ ଡି ପି ଓ ବିଭୁତି ଭୂଷଣ ଭୋଇ ସଂଚାଳନ କରି ଥିଲେ ଶେଷ ରେ ପୌର ପାଳିକା ଉପ ନଗରପାଳ ଏମ ଡି ଇଫାନ ଧନ୍ୟବାଦ ଅର୍ପଣ କରିଥିଲେ l
