ସମ୍ବଲପୁର,୨୬/୦୬(ଉତ୍କଳ ସମାଚାର),(ସରୋଜ ସାହୁ):ବୁର୍ଲାର ଡା. ଦେବେନ୍ଦ୍ର ପ୍ରଧାନ ସ୍ମୃତି ସମିତି ପକ୍ଷରୁ ହୀରାକୁଦ ସ୍ଥିତ କଳ୍ପତରୁ ସେବା ଶ୍ରମ ପରିସରରେ ଅନ୍ତେବାସୀଙ୍କ ଗହଣରେ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କର ୫୭ ତମ ଜନ୍ମଦିନ ପାଳନ କରାଯାଇଥିଲା I ଏଠାକାର ଅନ୍ତେବାସୀ କୁନି କୁନି ପିଲାମାନଙ୍କ ଦ୍ୱାରା ଶ୍ରୀ ପ୍ରଧାନଙ୍କ ଜନ୍ମଦିନ କେକ କଟାଯାଇଥିଲା I ଏହାପରେ ଆଶ୍ରମ ପରିସର ଭିତରେ ବୃକ୍ଷ ରୋପଣ କରାଯାଇ ଅନ୍ତେବାସୀଙ୍କୁ ଭୋଜନ ଏବଂ ମିଷ୍ଟାନ୍ନ ସହ କଲମ ଇତ୍ୟାଦି ବଣ୍ଟନ କରାଯାଇଥିଲା I ଏହି ଜନ୍ମଦିନ ଅବସରରେ ସ୍ମୃତି ସମିତିର ଆବାହକ ତରଣୀସେନ ଚାନ୍ଦ, ସଭାପତି ରମାକାନ୍ତ ସାହୁ, ସଂପାଦକ ବସନ୍ତ ମେହେର ପ୍ରମୁଖ ଶ୍ରୀ ପ୍ରଧାନଙ୍କ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ I ଏହି ଅବସରରେ ଜିତୁ ଲାମା, ନଗୀ ମହାନନ୍ଦ, ଜଗନ୍ନାଥ ଚୌଧୁରୀ, ତ୍ରିଲୋଚନ ସିଂ କୌର, ଜଗଜିତ ସିଂ. ନରୋତମ ମେହେର, ଲଳିତ ଲୁହା, ହରେକୃଷ୍ଣ ରେଡି. ଶାନ୍ତି ଲାମା, ଲଷ୍ମୀ ରାଇ, ସୀତା ପ୍ରଧାନ, ଶାନ୍ତିଲତା ମହାନ୍ତି, ସୂର୍ଯ୍ୟକାନ୍ତି ସିଂ ବାବୁ, ଜୁଲି ସାହୁ, ମଞ୍ଜୁ ସୁନା, ସୁକାନ୍ତି ସାହୁ, ମମତା ଶର୍ମା, ବିମଳା ନାୟକ, ଦୁର୍ଗଶିନୀ ବେହେରା, ଭାଗ୍ୟଲତା ଚୌଧୁରୀ, ମମତା ମୁଦୁଲି ଓ ଗୋଲାପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ I

