ପାପଡାହାଣ୍ଡି -30:6:26-(ଉତ୍କଳ ସମାଚାର) ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ରଥଯାତ୍ରା ପୂର୍ବରୁ ଏହି ଉତ୍ସବ ପାଇଁ ପାପଡାହାଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି । ଚତୁର୍ଦ୍ଧା ମୂର୍ତ୍ତୀ ଙ୍କ ଦେବସ୍ନାନ ଯାତ୍ରା ଠିକ୍ ଭାବରେ ପରିଚାଳନା କରିବା ପାଇଁ ବିଭିନ୍ନ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ମୁଖ୍ଯ ପୁରୋହିତ ଶ୍ରୀ ବାଞ୍ଛାନିଧି ନନ୍ଦଙ୍କ ତତ୍ବାବଧାନରେ ସକାଳ ୧୦ ଘଣ୍ଟା ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଗୋଟି ପହଣ୍ଡି କରାଯାଇ ସ୍ନାନମଣ୍ଡପ କୁ ନିଆଯାଇଥିଲା। ପରେ ୧୦୮ ଗରା ସୁବାସିତ ଜଳ ଅଭିମନ୍ତ୍ରିତ ହୋଇ ଚତୁ୍ଦ୍ଧାମୂର୍ତ୍ତିଙ୍କ ସ୍ନାନ କରାଯାଇଥିଲା । ଏହି ଅବସରରେ ପ୍ରଶାନ୍ତ ପାତ୍ର ଛେରା ପହଁରା କରିଥିଲେ। ପରେ ଗଜାନନ ବେଶ ରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ସନ୍ଧ୍ଯା ଆଳତୀ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଣସର ଘରକୁ ନିଆଯାଇଥିଲା। ଆସନ୍ତା ଜୁଲାଇ 15 ତାରିଖ ଦିନ ଠାକୁରମାନଙ୍କ ନେତ୍ର ଉତ୍ସବ, ନବଯୌବନ ଦର୍ଶନ ବେଶ ଅନୁଷ୍ଠିତ ହେବ ଏବଂ ଜୁଲାଇ 16 ତାରିଖ ଦିନ ମହାପ୍ରଭୂଙ୍କ ଘୋଷଯାତ୍ରା ବା ଶ୍ରୀ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ଏହି ଅବସର ସତ୍ୟନାରାୟଣ ନନ୍ଦ, ସୁବାଷ ଘଣ୍ଟ, ପ୍ରଶାନ୍ତ ପାତ୍ର, ନରସିଂହ ପାଢ଼ୀ, ସୁବାସ ପାଢ଼ୀ, ପଦ୍ମନ ପଣ୍ଡା, ପ୍ରଶାନ୍ତ ପଣ୍ଡା,ତ୍ରିଦେବ ତ୍ରିପାଠୀ,ନୀଳକଣ୍ଠ ତ୍ରିପାଠୀ, ସୁନିଲ ଘଣ୍ଟ, ସିବୁନ୍ ସାବତ, ଦିପୁ ଦାଶ, ତପନ ରଥ, ସିଲୁ ପାତ୍ର,ଅଭୟ ପାଢ଼ୀ, ଗିରିଶ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

