ରାଜଗାଙ୍ଗପୁର 30/6/26:(ଉତ୍କଳ ସମାଚାର)(ସୁବାଷ ବେହେରା)ରାଜଗାଙ୍ଗପୁର ସହର ବିଭିନ୍ନ ସ୍ଥନରେ ସ୍ଥାପିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଦେବ ସ୍ନାନ ପୂର୍ଣମୀ ମହା ଆଡ଼ମ୍ବର ସହ ପାଳନ କରା ଯାଇଛି l ରାଜଗାଙ୍ଗପୁର ସହର ର ପୁରାତନ କୁମାରକେଲା ର ସ୍ଥାପିତ ଜଗନ୍ନାଥ ମନ୍ଦିର,ମଧୁସୂଦନ କଲୋନୀ ରେ ସ୍ଥାପିତ ଜଗନ୍ନାଥ ମନ୍ଦିର,ଓ ଲିପଲୋଇ ସ୍ଥିତ ଜଗନ୍ନାଥ ମନ୍ଦିର ରେ ଜୀଉ ମାନଙ୍କ ଙ୍କ ଦେବସ୍ନାନ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା lଠିକ ସମୟରେ ତିନି ଠାକୁର ଙ୍କୁ ଧାଡି ରେ ପହଣ୍ଡି କରି ସ୍ନାନ ଯାତ୍ରାକରି ବିରାଜ ମାନ କଲେ ଚର୍ତୁର୍ଦ୍ଧାମୂର୍ତ୍ତି ଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭିଡ଼ ଲାଗି ରହିବା ବେଳେ ସ୍ଥାନୀୟ ବିଧାୟକ ଡ଼ଃ ସି ଏସ ରାଜନ ଏକ୍କା ଦର୍ଶନ କଲେ ଶ୍ରୀ ଜୀଉ ଙ୍କୁ ଦର୍ଶନ କରି ଜୀଉ ମାନଙ୍କୁ ପରିଧାନ ପାଇଁ ପାଟ ଭେଟି ଦେଇ ରାଜଗାଙ୍ଗପୁର ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିଥିଲେ l ଚର୍ତୁର୍ଦ୍ଧା ମୃର୍ତ୍ତି ଙ୍କ 108ଗାର ରେ ସୁବାସିତ ପବିତ୍ର ଜଳରେ ସ୍ନାନ କରା ଯାଇ ଥିଲା l ନୀତି କାନ୍ତି ଅନୁଯାଇ ପୂଜର୍ଚନା ପରେ ଠାକୁର ମାନଙ୍କୁ ବିଭିନ୍ନ ବେଶ ଭୁଷା ରେ ଆଭୂଶୀତ କରାଯାଇ ମଙ୍ଗଳ ଆଳତୀ କରା ଯାଇ ଥିଲା l ଶୋଢ଼ଷ ଉପଚାର ରେ ପୂଜାର୍ଚନା କରା ଯାଇ ଅଛି ଠାକୁର ମାନଙ୍କ ହାତୀ ବେଶ କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା l

