କେନ୍ଦୁଝର:30//6,(ଉତ୍କଳ ସମାଚାର)ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଓଡ଼ିଶାବାସୀଙ୍କ ନିକଟରେ ସଠିକ୍ ଭାବେ ପହଞ୍ଚାଇବା ପାଇଁ ଭାରତୀୟ ଜନତା ପାର୍ଟି ର ସୁଦୃଢ଼ ସଂଗଠକମାନେ ମଙ୍ଗ ଧରିବେ। ଆଜି ଫରେଷ୍ଟ ପାର୍କ ସ୍ଥିତ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ପୂର୍ବାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକର ନିଷ୍ପତ୍ତି ଅନୁଯାୟୀ, ବିଜେପି ସରକାର ନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନର ସଫଳ ଗାଥାକୁ ‘ଧନ୍ୟବାଦ ମୁଖ୍ୟମନ୍ତ୍ରୀ’ କାର୍ଯ୍ୟକ୍ରମ ମାଧ୍ୟମରେ ଘରେ ଘରେ ପହଞ୍ଚାଯିବ। ଏହି ଅବସରରେ ସରକାରଙ୍କ କେତେକ ପ୍ରମୁଖ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା:ଓଡ଼ିଶାର ପ୍ରତ୍ୟେକ ଗରିବ ପରିବାରର ସଦସ୍ୟଙ୍କୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଅନ୍ନପୁର୍ଣ୍ଣା ଯୋଜନା ମାଧ୍ଯମରେ ଅଧିକ ୫ କିଲୋ ଚାଉଳ (ସମୁଦାୟ ୧୦ କିଲୋ) ପ୍ରଦାନ କରି ଗରିବ କଲ୍ୟାଣ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି।ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ ଓ ସଶକ୍ତ କରିବା ପାଇଁ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା ଯୋଜନା’ ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା କରି ବିଜେପି ସରକାର ପ୍ରତିଶ୍ରୁତି ମୁତାବକ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦରରେ ଧାନ କିଣି ଚାଷୀଙ୍କୁ ସେମାନଙ୍କର ହକ୍ ଦେଇଛନ୍ତି।ରାଜ୍ୟବାସୀଙ୍କୁ ମାଗଣା ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସରକାର ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛନ୍ତି।ଏହି ସମଗ୍ର ବୃହତ ପ୍ରଚାର କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ବିଜେପି ରାଜ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ତଥା ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କୁ “ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ କମିଟି”ର ରାଜ୍ୟ ସଂଯାଯୋକ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରାଯାଇଛି।

