ସମ୍ବଲପୁର,୦୬/୦୭(ଉତ୍କଳ ସମାଚାର),(ସରୋଜ ସାହୁ): କୁଲତା ସମାଜ ସମ୍ବଲପୁର ଦାନୀପାଲି ଠାରେ ରଣେଶ୍ଵର ରାମଚଣ୍ଡୀ ସେବା ସମିତି ଓ ସମ୍ବଲପୁର ବନ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଲତା ସମାଜରର ସଭାପତି କୃପାସିନ୍ଧୁ ଖମାରୀଙ୍କ ସଭାପତିତ୍ୱରେ ଏବଂ ଟାଉନ ଫରେଷ୍ଟର ସାଗର ସାହୁଙ୍କ ସହାୟତାରେ ରାମଚଣ୍ଡୀ ସେବା ସଦନ ପରିସର ଭିତରେ ଓ ବାହାରେ ଏହି ଚାରା ରୋପଣ କରାଯାଇଥିଲା I ରଣେଶ୍ବର ରାମଚଣ୍ଡୀ ସେବା ସମିତିର ସାଧାରଣ ସମ୍ପାଦକ ରଞ୍ଜନ ପାତ୍ର, ଜଟାଭୂଷଣ ସାହୁ, ହାରାଧନ ପ୍ରଧାନ, ଦେବୀ ପ୍ରସାଦ ଭୋଇ, ପ୍ରିୟଙ୍କା ପ୍ରଧାନ, ସରୋଜ ପ୍ରଧାନ, ଦେବଦତ୍ତ ସାହୁ, ନିର୍ମଳ ପ୍ରଧାନ, ସୁପ୍ରଭା ପ୍ରଧାନ, ପ୍ରଦୀପ ସାହୁ, ଆନନ୍ଦ ପ୍ରଧାନ, ଅଭିରାମ ଖମାରୀ, ରଘୁ ପାତ୍ର, ପ୍ରେମାନନ୍ଦ ସାହୁ, ଅକ୍ଷୟ ପ୍ରଧାନ, ଦେବବ୍ରତ ବାରିକ, ଆନନ୍ଦ ସାହୁ, ଭବାନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I

