ସମ୍ବଲପୁର,୦୬/୦୭(ଉତ୍କଳ ସମାଚାର),(ସରୋଜ ସାହୁ): ଦେଶସାରା ବନ ମହୋତ୍ସବ ସପ୍ତାହ ପାଳନ ର ଶୁଭ ଅବସରରେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଆନୁକୁଲ୍ୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କର ସଭାପତିତ୍ୱ ଓ ଏନ୍ଏସ୍ଏସ୍ ବାଳିକା ୟୁନିଟ୍ ର ପୋଗ୍ରାମ ଅଫିସର ଅଧ୍ୟାପିକା ଡ଼ଃ ଆର୍ ପୁଷ୍ପାଞ୍ଜଳି ଙ୍କ ପରିଚାଳନାରେ ଅନୁଷ୍ଠିତ ବନ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବନପାଳ ବିଜୟ କୁମାର ବିଶ୍ୱାଳ ଯୋଗ ଦେଇ ବନମହୋତ୍ସବର ମହତ୍ତ୍ୱ ଓ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ଆଲୋଚକ ଭାବରେ ଏନ୍ଏସଏସ୍ ବଏଜ୍ ୟୁନିଟ୍ ର ପୋଗ୍ରାମ ଅଫିସର ଅଧାପକ ଭଜମୋହନ ପ୍ରଧାନ, ଯୁବ ରେଡ଼କ୍ରସ ୟୁନିଟ୍ ର ପରାମର୍ଶଦାତା ଅଧାପକ ଦେବେଶ କୁମାର ବିଶ୍ୱାଳ ଓ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ ବୃକ୍ଷ ର ଗୁରୁତ୍ୱ, ଜୈବ ବିବିଧତା ରେ ଗଛଲତା ର ଭୁମିକା ତଥା ବୃକ୍ଷରୋପଣ ର ଆବଶ୍ୟକତା ବିଷୟ ରେ ବିଶ୍ଳେଷଣ କରିଥିଲେ । ଅଧ୍ୟାପକ ଶେଷଦେବ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ କର୍ମଶାଳା ଆୟୋଜିତ ହେବା ସହିତ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କଲେଜ ପରିସର ଓ ବିଭିନ୍ନ ଗ୍ରାମ ତଥା ପ୍ରମୁଖ ସ୍ଥାନ ଗୁଡିକରେ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହେବ ବୋଲି ମହାବିଦ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି I

