କେନ୍ଦୁଝର:6//7,(ଉତ୍କଳ ସମାଚାର) କେନ୍ଦୁଝର ସଂସ୍କୃତି ଭବନରେ ରୋଟାରୀ କ୍ଲବ କେନ୍ଦୁଝର ଓ ଇନର ହ୍ୱିଲ କ୍ଲବର ମିଳିତ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇ ଉଭୟ କ୍ଲବର ନବନିର୍ବାଚିତ କାର୍ଯ୍ୟକାରିଣୀ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ରୋଟାରୀ ଗଭର୍ନର ଇନ୍ଦ୍ରଜିତ ସାହୁ ମୁଖ୍ୟ ଅତିଥି, ପାଟଣା ବିଧାୟକ ଅଖିଳ ନାଏକ ସମ୍ମାନିତ ଅତିଥି ଏବଂ ଧରଣୀଧର ବିଶ୍ବବିଦ୍ୟାଳୟ କୁଳପତି . ସଞ୍ଜୟ କୁମାର ପାତ୍ର ଓ ରୋଟାରୀ ଆସିଷ୍ଟାଣ୍ଟ ଗଭର୍ନର ବିଷ୍ଣୁ ପ୍ରସାଦ କେଡିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଶ୍ରୀମତୀ ନିରୂପମା ସ୍ୱାଇଁ, ଡା. ମମତାରାଣୀ ଜେନା, ଶ୍ରୀମତୀ ସର୍ବାଣୀ ମହାପାତ୍ର ଓ ଶ୍ରୀମତୀ ମିନତୀ ମହାପାତ୍ର ନିଜ ନୂତନ ପଦବୀରେ ଶପଥ ଗ୍ରହଣ କରିଥିଲେ। ଏବଂ ପୂର୍ବତନ ପଦାଧିକାରୀମାନେ ନୂତନ କାର୍ଯ୍ୟକାରିଣୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।ଏହି ଅବସରରେ କ୍ଲବର ବାର୍ଷିକ ସ୍ମରଣିକା ‘ଗୋନାସିକା’ ଉନ୍ମୋଚିତ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ସାହୁ ରୋଟାରୀର ସେବା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ରୋଟାରୀ ଫାଉଣ୍ଡେସନ୍କୁ ଅନୁଦାନ ଦେଇଥିବା ୧୦ ଜଣ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ୪ ଜଣ ନୂତନ ସଦସ୍ୟ ରୋଟାରୀ କ୍ଲବ କେନ୍ଦୁଝରରେ ଯୋଗଦେଇ ଆନୁଷ୍ଠାନିକ ଭାବେ ସଦସ୍ୟତା ଗ୍ରହଣ କରିଥିଲେ। ଅପର୍ଣାଭଦ୍ରା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଇଂ. ଦେବବ୍ରତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

