ରାଉରକେଲା:7//7,(ଉତ୍କଳ ସମାଚାର) ରାଉରକେଲାର ସେକ୍ଟର -୨୦ , କମ୍ୟୁନିଟି ସେଣ୍ଟର ପରିସରରେ ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ସମିତିର ସତସଙ୍ଗ ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥାଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀ ମାର୍ଥା ଆନୁଷ୍ଠାନିକ ଭାବେ ବୈଦିକ ରୀତି ଅନୁଯାୟୀ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଯୋଗ ଦର୍ଶନ ର ଗୁଢ଼ତ୍ଵତ୍ଵ ଉପରେ ଆଲୋକପାତ କରି ବର୍ତ୍ତମାନ ଯୁଗରେ ମାନବ ସମାଜକୁ ନିରୋଗ ଓ ସୁସ୍ଥ ରଖିବାପାଇଁ ଯୋଗ ଏକମାତ୍ର ବିକଳ୍ପ ମାର୍ଗ ବୋଲି କହିଥିଲେ । ଯୋଗର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ପରମପୂଜ୍ୟ ସ୍ୱାମୀଜୀ ମହାରାଜ ରାମଦେବଜୀଙ୍କ ଅବଦାନ ଉପରେ ଚର୍ଚ୍ଚା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବି. ଏସ. ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ବିନି ସ୍ୱାଇଁ, ଜିଲ୍ଲା ପତଞ୍ଜଳି ଯୋଗ ସମିତି ପ୍ରଭାରୀ ପ୍ରଦୀପ୍ତ ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ କର, ଜିଲ୍ଲା ବି ଏସ ଟି ମହାମନ୍ତ୍ରୀ ଆରତୀ ସାହୁ ଯୋଗର ଉପକାରିତା ଓ ମାନବ ସମାଜର ମଙ୍ଗଳ ପାଇଁ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି କେନ୍ଦ୍ରର ପରିଚାଳକ ତଥା ବିଶ୍ରା ତହସିଲ ପ୍ରଭାରୀ ଓ ସଦସ୍ୟ -ସଦସ୍ୟା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ହରିଦ୍ୱାର ଯୋଗ ପୀଠ ରୁ ପ୍ରଶିକ୍ଷଣ ନେଇ , ମୁଖ୍ୟ ଯୋଗ ଶିକ୍ଷକ ପରୀକ୍ଷାରେ ସଫଳତା ପ୍ରାପ୍ତ କରି ଥିବା ଶିକ୍ଷକଙ୍କୁ ଓ ୧୩ ତମ ବ୍ୟାଚ ସହ ଯୋଗ ଶିକ୍ଷକ ପ୍ରଶିକ୍ଷଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରା ଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମହାମନ୍ତ୍ରୀ ରଞ୍ଜିତା ପାଣିଗ୍ରାହୀ, ଜିଲ୍ଲା ମହିଳା ସଂଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ, ଜିଲ୍ଲା ମହିଳା କୋଷାଧକ୍ଷ ବିଷ୍ଣୁପ୍ରିୟା ଦାଶ, ଜିଲ୍ଲା ସମ୍ବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟି, ଜିଲ୍ଲା ବିଦ୍ୟାଳୟ ପ୍ରଭାରୀ ସସ୍ମିତା ସାହୁ, ଜିଲ୍ଲା ବିସ୍ତାରକ ଅଜିତ୍ ପୃଷ୍ଟି, ବରିଷ୍ଠ ଯୋଗ ଶିକ୍ଷକ ଅନୁସୟା ବାରିକ, ଆଶାଲତା ସାହୁ, ସବିତା ପ୍ରଧାନ, ରଥ ହରି ପାଲ, ନିବେଦିତା ବେହେରା, ସସ୍ମିତା ବେହେରା, ଶିବାନୀ ଜେନା, ପ୍ରଫୁଲ୍ଲ ଦାସ, ଟିକେଶ୍ୱର୍ କାଲୋ , ରାମକୃଷ୍ଣ ପଣ୍ଡା, କବିବର ସାହୁ, ଙ୍କ ସମେତ ଶତାଧିକ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

