କେନ୍ଦୁଝର:7//7,(ଉତ୍କଳ ସମାଚାର)ଆନନ୍ଦପୁର ଗ୍ରାମ୍ୟ ଉନୟନ ଡିଭିଜନକୁ ନନପ୍ଲାନରେ ଆସିଥିବା ପ୍ରାୟ ଏକକୋଟି ଟଙ୍କାର ଅନୁଦାନକୁ ହାତେଇବା ପାଇଁ ଉଦ୍ୟମ କରି ବିଫଳ ହେବା ଘଟଣା ଡିଭିଜନର ପୂର୍ବବର୍ଷରେ ହୋଇଥିବା ଦୁର୍ନୀତି ଓ କେଳେଙ୍କାରୀକୁ ପଦାରେ ପକାଇଛି I ଅନୁମୋଦିତ ଆୱାର୍ଡ କାର୍ଯ୍ୟ ବଣ୍ଟନ ପରେ ହେଉଥିବା ଥିବା ଗୁଜବ ଚର୍ଚ୍ଚାର ବିଷୟ ହୋଇଛି। ଅପରପକ୍ଷରେ ଆଲଟମେଣ୍ଟ ନଥାଇ ହୋଇଥିବା କାର୍ଯ୍ୟର ବିଲ୍ ଦୀର୍ଘ ବର୍ଷ ଧରି ପଡିରହିଥିବା ବେଳେ ଚଳିତ ବର୍ଷର ଅନୁଦାନରୁ ପେମେଣ୍ଟ କରିବା ପାଇଁ କସରତ କରି ବିଫଳ ହେବାରୁ ନିକଟରେ ଅବସର ନେଇଥିବା ଅଧୂକ୍ଷଣ ଯନ୍ତ୍ରୀଙ୍କ ମୁଣ୍ଡରେ ଅଠା ବୋଳିବା ଉଦ୍ୟମ ଫସର ଫାଟି ଯାଇଛି। ବିଗତ ବର୍ଷଗୁଡ଼ିକରେ ଉକ୍ତ ଡିଭିଜନକୁ ଅଧିକ ମାତ୍ରାରେନନପ୍ଲାନ ଆଲଟମେଣ୍ଟ ଆସୁଥିଲା | ବର୍ତ୍ତମାନ ଅନ୍ୟ ଡିଭିଜନ ତୁଳନାରେ ଆନନ୍ଦପୁର ଡିଭିଜନକୁ ଖୁବ କମ ପରିମାଣର ଆଲଟମେଣ୍ଟ ମିଳୁଛି | ବହୁଦିନର ବ୍ୟବଧାନ ପରେ କୋଟିଏ ଟଙ୍କାରୁ ଅଧିକ ଟଙ୍କା ଅନୁଦାନ ଆସିଥିଲା। ଏହି ଡିଭିଜନରେ ଅତୀତରେ କୋଟି କୋଟି ଟଙ୍କା ବିନା ଟେଣ୍ଡରରେ କାର୍ଯ୍ୟାଦେଶ ଦେଇ ଆଦୌ କାମ ନ କରି କିମ୍ବା ଖୁବ୍ ଅଳ୍ପ କାମ କରି ବିଲ୍ ନେଇଯିବା ସତ୍ତ୍ୱେ ଏବେ ମଧ୍ଯ କୋଟି କୋଟି ଟଙ୍କାର ବକେୟା ବିଲ ପଡ଼ିରହିଛି। ସରକାରଙ୍କ ପକ୍ଷରୁ ବିନା ଆଲଟମେଣ୍ଟରେ କାର୍ଯ୍ୟ ନ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ସେତେବେଳର କାର୍ଯ୍ୟ ନିର୍ବାହୀଯନ୍ତ୍ରୀ କୌଣସି ଚାପର ବଶବର୍ତ୍ତୀ ହୋଇ କିମ୍ବା ଅନ୍ୟ କୌଣସି କାରଣରୁ ସରକାରୀ ନିର୍ଦ୍ଦେଶନାମାକୁ ନ ମାନି କାର୍ଯ୍ୟ କରିଥିଲେ | ବର୍ତ୍ତମାନ ପର୍ଯ୍ୟନ୍ତ ସେ ସବୁର ବିଲ ପେମେଣ୍ଟ ନହୋଇ ପଡ଼ିରହିଛି। କେତେକଠିକାଦାର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବାରୁ ସରକାର ଏବେ ସେ ସବୁ କାମର ବିଲ୍ ପେମେଣ୍ଟ ନ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି; ଯାହା ସରକାରଙ୍କ ପାଇଁ ଏକ ବାଧ୍ୟବାଧକତା ରହିଛି। ଏହି ସମଯରେ କିଛି ଟଙ୍କା ଜରୁରୀ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଆସିଥିବା ଅନୁଦାନରୁ ପୁରୁଣାବିଲ ପେମେଣ୍ଟ ପାଇଁ ଉଦ୍ୟମ କରି କିଛି ଠିକାଦାର ବିଫଳ ହେବା ପରେ ବିଭିନ୍ନ ପ୍ରକାର ଗୁଜବ ପ୍ରଚାର କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି I ବାସ୍ତବରେ ଆସିଥିବା ଅନୁଦାନରୁ ଟଙ୍କାଟିଏ ମଧ୍ୟ ପେମେଣ୍ଟ ହୋଇନାହିଁ। କାର୍ଯ୍ୟାଦେଶ ହୋଇଛି ହେଲେ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏପରି ଅବସ୍ଥାରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅବସର ହୋଇଯାଇଛି। କାର୍ଯ୍ୟକାଳ ସମାପ୍ତ ପୂର୍ବରୁ ବାକିଆ ପେମେଣ୍ଟ କରିବା ପାଇଁ କେତେକ ଠିକାଦାର ଚେଷ୍ଟା କରୁଥିଲେ | ଏହିଆଲଟମେଣ୍ଟକୁ ହାତେଇବା ପାଇଁ କିନ୍ତୁ ବିଦାୟୀ ଅଧୀକ୍ଷଣ ଯନ୍ତ୍ରୀ ଉଚିତ୍ ପଦକ୍ଷେପ ନେଇ ଉକ୍ତ ନନପ୍ଲାନ ଆଲଟମେଣ୍ଟରୁ ପୁରୁଣା ବିଲ୍ ପେମେଣ୍ଟ ନ କରି ନୂତନ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ କରି ଗୁଜବର ଶିକାର ହୋଇଥିବା ଆଲୋଚନାରୁ ଜଣାଯାଇଛି। ଅଧୀକ୍ଷଣ ଯନ୍ତ୍ରୀ ପ୍ରଲୋଭନ ଶିକାର ହୋଇ ପୁରୁଣା କାମ ପେମେଣ୍ଟ କରିଥିଲେ ବିପଦରେ ପଡ଼ିଥାନ୍ତେ I ଏ ସମ୍ପର୍କରେ ଅବସର ଗ୍ରହଣ କରିଥିବା ଅଧୀକ୍ଷଣ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ, ଏହା ସମ୍ପୂର୍ଣ୍ଣ ଭିଭିହୀନ ଯେଉଁ ବେକାର ଇଞ୍ଜିନିୟରମାନେ ଆୱାର୍ଡରେ କାମ କରିବାପାଇଁ ଆବେଦନ କରିଥିଲେ ସେମାନଙ୍କ ଦରଖାସ୍ତକୁ ଉପରିସ୍ଥ ଅଧିକାରୀଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା I ଯେଉଁମାନଙ୍କର ଅନୁମୋଦନ ମିଳିଥିଲା ସେମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।
