ରାଉରକେଲା ୯/୭,(ଉତ୍କଳ ସମାଚାର) ଗତ ୨୦୨୬ ଜୁନ୍ ୧୬ ତାରିଖ ଦିନ ସେକ୍ଟର-୭ ଥାନା ଅଧିନସ୍ଥ ସେକ୍ଟର-୫ ଗୋଲଘର ରାମେଶ୍ୱରପାଲିର ତୋଫାନ ବିନ୍ଧାଣୀଙ୍କ ହତ୍ଯା ଘଟଣାରେ ସଂପୃକ୍ତ ଥିବା ଅପରାଧିଙ୍କ ଘରକୁ ଆଜି ରାଉରକେଲା ପୋଲିସ୍ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ସୂଚନା ଅନୁସାରେ ପୋଲିସ୍ ପ୍ରଶାସନ ୫ ଦିନ ପୂର୍ବରୁ ତୋଫାନ ବିନ୍ଧାଣୀ ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଘର ଭାଙ୍ଗିବା ପାଇଁ ନୋଟିସ୍ ଜାରି କରାଯାଇଥିଲା। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଘରକୁ ଭାଙ୍ଗିବା ଆଜି ଆରମ୍ଭ ହୋଇଛି। ପୂର୍ବରୁ, ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଘର ଖାଲି କରିବା ପାଇଁ ନୋଟିସ ଜାରି କରିଥିଲେ, ଘର ଖାଲି କରିବା ପାଇଁ ବାସିନ୍ଦାଙ୍କୁ ପାଞ୍ଚ ଦିନ ସମୟ ଦିଆଯାଇଥିଲା। ନୋଟିସ ଅବଧି ଶେଷ ହେବା ପରେ, ଆଜି ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଘର ଭାଙ୍ଗିବା ଅଭିଯାନ ଆରମ୍ଭ ହୋଇଛି।

