ରାଉରକେଲା:9//7,(ଉତ୍କଳ ସମାଚାର) ଆଜି ସେକ୍ଟର-୨୧ ସ୍ଥିତ ରାଉରକେଲା ଆଇନ ମହାବିଦ୍ୟାଳୟର ସମାବର୍ତ୍ତନ ସମାରୋହ-୨୦୨୬ ମହାବିଦ୍ୟାଳୟର ଉତ୍କଳ ଗୌରବ ମଧୁସୂଦନ ଦାସ ସ୍ମାରକୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମାବର୍ତ୍ତନ ସମାରୋହ ଆରମ୍ଭରେ ଅତିଥିଙ୍କୁ ସଭାସ୍ଥଳରେ ସ୍ୱାଗତ କରାଯିବା ସହ ଶ୍ରୀମତୀ ଏ.ଜେନା (ଜୁନିୟର ସହାୟକ)ଙ୍କ ଦ୍ୱାରା ତିଳକ ଏବଂ ଶ୍ରୀଫଳ ଉପସ୍ଥାପନା କରାଯାଇଥିଲା। ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ପ୍ରଥମ ସମାବର୍ତ୍ତନ ସମାରୋହର ଉଦ୍ଘାଟନ କରାଯାଇଥିଲା। ଜାତୀୟ ସଙ୍ଗୀତ ଦ୍ୱାରା ରାଉରକେଲା ଆଇନ ମହାବିଦ୍ୟାଳୟ ସମାବର୍ତ୍ତନ ସମାରୋହର ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସମ୍ପଦିକା ମହାନ୍ତିଙ୍କ ସ୍ୱାଗତ ଭାଷଣ ପରେ ସହାୟକ ପ୍ରଫେସର ଡକ୍ଟର ଡି. କେ. ପଣ୍ଡାଙ୍କ ଦ୍ୱାରା ମୁଖ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ତଥା ମ୍ଯୁନିସପାଲ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସନାତନ ପ୍ରଧାନଙ୍କ ଦ୍ଵାରା ଅଭିଭାଷଣ ପ୍ରଦାନ ପରେ ସମାବର୍ତ୍ତନ ସମାରୋହର ପ୍ରଥମ ଅଧିବେଶନର ବିରତି ହୋଇଥିଲା। ସମାବର୍ତ୍ତନ ଉତ୍ସବର ଦ୍ୱିତୀୟ ଅଧିବେଶନରେ ଲାଏନ୍ସ କ୍ଲବର ଗଭର୍ଣ୍ଣର ଲାୟନ ଡକ୍ଟର ଜତିନ୍ଦ୍ର ନାୟକଙ୍କ ଅଭିଭାଷଣ ଏବଂ ସହାୟକ ପ୍ରଫେସର ଡକ୍ଟର ଟି.ଆର. ପାଢ଼ୀଙ୍କ ଧନ୍ୟବାଦ ଅର୍ପଣ ସହିତ ସମାରୋହର ପୂର୍ତ୍ତି ଘଟିଥିଲା। ରାଉରକେଲା ଆଇନ ମହାବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ମୁଖ୍ୟ ସହାୟକ ପ୍ରଫେସର୍ ଡକ୍ଟର ପ୍ରଜ୍ଞା ପାରମିତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

