ରାଜଗାଙ୍ଗପୁର:9//7,(ଉତ୍କଳ ସମାଚାର)ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ କୁତ୍ରା ଥାନା ଅଞ୍ଚଳରେ ପୁଣି ଅପରାଧୀଙ୍କ ଦୌରାତ୍ୟ ଦେଖିବାକୁ ମିଳିଛି। କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡା ଜଙ୍ଗଲ ନିକଟରେ ପଥର (ଚିପ୍ସ) ବୋଝେଇ ଏକ ଟ୍ରକ ଉପରକୁ ଦୁର୍ବୁତ୍ତମାନେ ୯/୭/ଗୁରୁବାର ଭୋର ୩ ରୁ ୪ ଟା ମଧ୍ୟରେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଡ୍ରାଇଭର ଅଳ୍ପକେ ବର୍ତିଯାଇଥିବା ବେଳେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁସାରେ ଖତକୁର ବାହାଲରୁ ପଥର ବୋଝେଇ ଟ୍ରକ ନେଇ ଡ୍ରାଇଭର ବନାରସି ଓରାମ (୨୩)ବର୍ଷୀୟ ଆଜି ଭୋର ୩,୩୦ ସକାଳୁ ଯାଉଥିବା ବେଳେ ଲିଟିବେଡା ଛକ ନିକଟର ଏକ ନିଛାଟିଆ ସ୍ଥାନରେ ଦୁଇଟି ବାଇକରେ ଆସିଥିବା ଚାରିଜଣ ଦୁର୍ବୁତ୍ତ ଟ୍ରକକୁ ଅଟକାଇ ଆନ୍ଧାଧୁନ ଭାବେ ଗୁଳି ଚଳାଇଥିଲେ। ଦୁର୍ବୁତ୍ତମାନେ ପ୍ରାୟ ୫ ରାଉଣ୍ଡ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସୌଭାଗ୍ୟବଶତଃ ଏହି ଗୁଳିମାଡ଼ ରେ ଡ୍ରାଇଭର ବନାରସି ଓରାମଙ୍କର କୌଣସି କ୍ଷତି ହୋଇନାହିଁ ଏବଂ ସେ ଅଳ୍ପକେ ବର୍ତିଯାଇଛନ୍ତି। ଖବର ପାଇ କୁତ୍ରା ଥାନା ଭାରପ୍ରାପ୍ତ ଅଧିକାରୀ ଲୋକେଶ୍ୱର ସାହୁ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଅତିରିକ୍ତ ଅରକ୍ଷୀ ମଧ୍ୟ୍ୟ ସୂଚନା ପାଇ ତୁରନ୍ତ ଗଟଣା ସ୍ଥଳ ରେ ପହଁଞ୍ଚି ତଦନ୍ତ କରିଥିଲେ । ପୁଲିସ ଘଟଣାସ୍ଥଳରୁ ଗୁଳିର ଖୋକା ଜବତ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍କୁ ମଧ୍ୟ ଖବର ଦିଆଯାଇଛି। ଘଟଣା ପଛରେ କେଉଁ କାରଣ ରହିଛି, ସେନେଇ ପୁଲିସ ତଦନ୍ତ ଚଳାଇଛି। ଅନ୍ୟପଟେ ଟ୍ରକ ମାଲିକ ଶାବନ ଲେହେରି କହିଛନ୍ତି ଯେ, ତାଙ୍କୁ ପୂର୍ବରୁ ଫୋନ ମାଧ୍ୟମରେ ବାରମ୍ବାର ଧମକ ମିଳୁଥିଲା ଏବଂ ଆଜି ସେହି ଧମକ ଗୁଳିମାଡ଼ ର ରୂପ ନେଇଛି। ଏହି ଘଟଣା ପଛରେ ଦାଦାବଟି କିମ୍ବା ଅନ୍ୟ କୌଣସି ଶତ୍ରୁତା ରହିଛି କି ଆଉକିଛି ରହସ୍ୟ ଲୁଚିରହିଛି ଏନେଇ ଆଜିପଯ୍ୟନ୍ତ କାହିଁକି ଥାନାରେ ଅଭିଯୋଗ କରିନଥିଲେ ତାହା ମଧ୍ୟ୍ୟ ଚିନ୍ତା ଜଣକ ? ,ତାହା ତଦନ୍ତ ପରେ ସ୍ପଷ୍ଟ ଜଣା ପଡିବ!ରାଜଗାଙ୍ଗପୁର ରୁ ସୁବାଷ ବେହେରା

