ସମ୍ବଲପୁର,୧୦/୦୭(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଭାଲୁବlହାଳ ଏକlମ୍ବ୍ର ବିହାର ସ୍ଥାୟୀ ବାସିନ୍ଦା ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ କଳାରତ୍ନ ବଂଶୀଧର କରଙ୍କୁ ନୂଆଦିଲ୍ଲୀ ସ୍ଥିତ ଜ୍ଞାନଦାନ ଫାଉଣ୍ଡେସନ ପକ୍ଷରୁ କଟକ ସ୍ଥିତ ଶତାବ୍ଦୀ ଭବନ ଠାରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନ ପ୍ରଦାନ ସମାରୋହରେ ସମ୍ମାନସୂଚକ ଡକ୍ଟରେଟ ଉପାଧିରେ ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି I ସୂଚନା ଯୋଗ୍ୟ କି ଡକ୍ଟର କର ରାଜ୍ଯ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରେ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମୟ ଠାରୁ ଚାକିରି ରୁ ଅବସର ନେବା ପରେ ମଧ୍ଯ ଆର୍ଥିକ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀ ଜନସାଧାରଣଙ୍କ ବିକାଶ ପାଇଁ ସାମଜିକ କ୍ଷେତ୍ରରେ କାର୍ଯ୍ୟ କରିବା ସହିତ ସ୍ୱାସ୍ଥ୍ୟ ସେବା ଯୋଗାଇବା, ପ୍ରକୃତି ଓ ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବା, କମ୍ୟୁନିଟୀ ପୋଲିସ ସେବା ସଂଗଠନ ମାଧ୍ୟମରେ ପୋଲିସ ପ୍ରଶାସନକୁ ଲୋକାଭମୁଖୀ କରି ଜନସାଧାରଣଙ୍କ ଧନ ଜୀବନକୁ ସୁରକ୍ଷା ଦେବା, ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେବା ସହାୟତା ଯୋଗାଇବା, ପୋଲିସ ଓ ଜନସାଧାରଙ୍କ ମଧ୍ୟରେ ଭାବଗତ ସମ୍ପର୍କ କୁ ସୁଦୃଢ କରାଇ ଜନ ସମ୍ପର୍କ ଦୃଢ଼ କରାଇବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଓ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବା ଭଳି ବହୁମୁଖୀ ଜନ ସେବା ଯୋଗାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି l ପ୍ରକାଶ ଥାଉକି ଡକ୍ଟର କର ରାଜ୍ଯ ସରକାରଙ୍କ ବିଭିନ୍ନ ବିଭାଗ, ଜିଲ୍ଲା ପ୍ରସାଶନ, ସାମଜିକ ତଥା ସାଂସ୍କୃତିକ ସେବା ଅନୁଷ୍ଠାନ ପକ୍ଷରୁ ବହୁ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରାପ୍ତ ହୋଇଥିବାବେଳେ ଜଙ୍ଗଳ ପରିବେଷ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ହୋଅଛନ୍ତି I ଏତଦ୍ ଭିନ୍ନ ଡକ୍ଟର କର ବହୁ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତ୍ତା ଭାବରେ ସାଂଗଠନିକ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି l ତାଙ୍କର ଏହି ସଫଳତା ପଛରେ ତାଙ୍କର ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ, ନିରନ୍ତର ପ୍ରୟାସ, ସମାଜ ପାଇଁ କିଛି ନୁଆ କରିବାର ନିଶା ତାଙ୍କୁ ସଫଳତା ପ୍ରତି ବାଟ ଦେଖାଇଛି I ଡକ୍ଟର କର ତାଙ୍କ ସ୍ୱର୍ଗତl ମାତା ସାରାରାଣୀ କର ଓ ପିତା ଧରଣୀଧର କର ବଡ଼ବାପା ସ୍ୱର୍ଗତ କୃଷ୍ଣଚନ୍ଦ୍ର କର, ବଡ଼ଭାଇ ନରହରି କର, ଭାଉଜ ସୁକଲ୍ୟଣୀ କର, ବଡ଼ ଭାଇ ଆଇନଜୀବୀ ସ୍ୱର୍ଗତ ନିରଞ୍ଜନ କର ଓ ଭାଉଜ ଜେମlଦେବୀ ଙ୍କୁ ସମର୍ପଣ କରିଛନ୍ତି I ଈଶ୍ୱରଙ୍କ କୃପା ଦୃଷ୍ଟି, ମହାପୁରୁଷ ମନଙ୍କ ଆଶୀର୍ବାଦ ତଥା ସାଥୀ ସହଯୋଗୀ ମlନଙ୍କ ଭଲପାଇବା ସାହାଯ୍ୟ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି l

