ରାଉରକେଲା:11//7,(ଉତ୍କଳ ସମାଚାର)ଭାରତ ବିକାଶ ପରିଷଦ ରାଉରକେଲା ଶାଖା ତରଫରୁ ଅନୁଷ୍ଠାନର ୬୪ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ରାଉରକେଲା କ୍ଲବ ଠାରେ ପାଳିତ ହୋଇଯାଇଛି। ପରିଷଦର ସଭାପତି ମଧୁସୂଦନ ମହାପାତ୍ରଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜସେବୀ ଇଂ ଓମପ୍ରକାଶ ବାପୁଡିଆ ଓ ମୁଖ୍ୟବକ୍ତା ଭାବେ ପଶ୍ଚିମ ପ୍ରାନ୍ତ ଉପସଭାପତି ତଥା ଡାକ୍ତର ରାମଚନ୍ଦ୍ର ମେହେର ଯୋଗଦେଇ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ସେମାନଙ୍କ ବକ୍ତବ୍ୟରେ ୧୯୬୩ ରୁ ଆରମ୍ଭ ହୋଇଥିବା ଏହି ପରିଷଦର ୫ଟି ସୂତ୍ର ସମ୍ପର୍କ, ସଂସ୍କାର, ସହଯୋଗ,ସେବା ଓ ସମର୍ପଣ ଉପରେ ଗୁରୁତ୍ୱାରୋପ ସହ ଅନୁଷ୍ଠାନ କିପରି ସର୍ବଭାରତୀୟ ସ୍ତରରେ ୧୯ ରାଜ୍ୟର ୬୪ ଟି ଗ୍ରାମରେ ସ୍ବାସ୍ଥ୍ୟ,ଜଳ, ସ୍ବଚ୍ଛତା କାର୍ଯ୍ୟକ୍ରମ ସହ ୨୭୩ ଟି ସ୍ବାସ୍ଥ୍ୟ ଓ ୩୫୫ ସାମାଜିକ କାର୍ଯ୍ୟକ୍ରମ ସହ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସ୍ୱଚ୍ଛତା ପ୍ରତି ସମର୍ପିତ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ ଓ ଆନେମିଆ ମୁକ୍ତ ଭାରତ ପାଇଁ ଡା ସୀମାଲାଲ ଏଣ୍ଡ ଗୃପ କୁ ସମ୍ମାନିତ କରାଯାଇଥିଲା। କର୍ମକର୍ତ୍ତା ମନ୍ନା ନାୟର ମୁଖ୍ୟଅତିଥି ଓ ଦେବବ୍ରତ ନାୟକ ମୁଖ୍ୟବକ୍ତାଙ୍କ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ମହାପାତ୍ର ସ୍ବାଗତ ଭାଷଣ ଓ କାର୍ଯ୍ୟକ୍ରମର ସଂଯୋଜକ ତଥା ସମ୍ପାଦକ ଶ୍ରୀ ତ୍ରିପାଠୀ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କୋଷାଧ୍ୟକ୍ଷ ପ୍ରଦୀପ ପଟ୍ଟନାୟକ କାର୍ଯ୍ୟକ୍ରମ ର ସଫଳତା ପାଇଁ ସାଧୁବାଦ୍ ଦେଇଥିଲେ। ସ୍ନେହ ଲତା ଗନ୍ତାଘରିଆ ମନ୍ତ୍ରପାଠ ସହ ସାମୁହିକ ରାଷ୍ଟ୍ରଗୀତ ଗାନ କରିଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସଂଜୀବ ସାହୁ,ବିଜେନ୍ଦ୍ର ଗୋର,ଦିନେଶ ଜୈନ, ସୂର୍ଯ୍ୟ ପାଢ଼ୀ, ମଞ୍ଜୁ ମେହେର, ବୈଷ୍ଣବ ମହାପାତ୍ର, ଗୋଦାବରୀଶ ଶତପଥୀ, ଉପଦେଷ୍ଟା ରବି ଦାସ,ଡା ଦେବେନ୍ଦ୍ର ସେଠୀ, ପ୍ରଦୀପ ଦାସ ପ୍ରମୁଖଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ।

