ରାଉରକେଲା ୧୨/୭,(ଉତ୍କଳ ସମାଚାର) ଆଜି ୨୦୨୬-୨୭ ବର୍ଷ ପାଇଁ ରାଉରକେଲା ଟ୍ରକ୍ ମାଲିକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ଭୋଟର ୮୩ ଥିଲାବେଳେ ଭୋଟ ଦେଇଥିଲେ ୭୫ ଜଣ। ରାଉରକେଲା ଟ୍ରକ୍ ମାଲିକ ସଂଘର ସଭାପତି ଭାବେ ବିକାଶ ସିଂ ୪୨ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲା ବେଳେ ତାଙ୍କର ପ୍ରତିଦ୍ୱନ୍ଦୀ ରବୀନ୍ଦ୍ର କୁମାର ସିଂ ୩୩ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ। ସେହିପରି ଉପସଭାପତି ପଦ ପାଇଁ ସୂର୍ଯ୍ୟକାନ୍ତ ଶୁକ୍ଳା ଏବଂ ମୋହନ ସିଂ ପ୍ରତିଦ୍ବନ୍ଦିତା କରୁଥିବା ବେଳେ, ମୋହନ ସିଂ ୩୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲା ବେଳେ ସୂର୍ଯ୍ୟକାନ୍ତ ଶୁକ୍ଲା ୩୫ ଖଣ୍ଡ ଭୋଟ ପାଇଛନ୍ତି। କାର୍ଯ୍ଯକାରୀ ସଭାପତି ପଦ ପାଇଁ ଶିବକାନ୍ତ ଶୁକ୍ଲା ଏବଂ ରାଜେଶ ବାଗ୍ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ, ରାଜେଶ ବାଗ୍ ୩୬ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ଶିବକାନ୍ତ ଶୁକ୍ଲା ୩୨ ଖଣ୍ଡ ଭୋଟ ପାଇଥିଲେ। ସାଧାରଣ ସମ୍ପାଦକ ପଦ ପାଇଁ ଜଗଦୀଶ ଜୈସ୍ବାଲ ଏବଂ ମନୋଜ କୁମାର ସିଂ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଜଗଦୀଶ ଜୈସ୍ବାଲ ୪୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦି ମନୋଜ କୁମାର ସିଂ ୩୨ ଖଣ୍ଡ ଭୋଟ ପାଇଥିଲେ। ଯୁଗ୍ମ ସମ୍ପାଦକ ପଦ ପାଇଁ ଅଶୋକ କୁମାର ସାହୁ ଏବଂ ଦୀପକ କୁମାର ଯାଦବ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଅଶୋକ କୁମାର ସାହୁ ୪୭ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲା ବେଳେ, ଦୀପକ କୁମାର ଯାଦବ ୨୮ ଖଣ୍ଡ ଭୋଟ୍ ପାଇଥିଲେ। ରାଉରକେଲା ଟ୍ରକ୍ ମାଲିକ ସଂଘର ନିର୍ବାଚନ ଅଧିକାରୀ ଭାବରେ ଆଡଭୋକେଟ ଦିନେଶ କୁମାର ସାହୁ ନିର୍ବାଚନ ପରିଚାଳନା କରୁଥିବା ବେଳେ, ଅତିରିକ୍ତ ନିର୍ବାଚନ ଅଧିକାରୀ ଭାବେ ଆଡଭୋକେଟ୍ କେ. ରବି ନିର୍ବାଚନ ପରିଚାଳନା କରିଥିଲେ।

