କେନ୍ଦୁଝର:17//7,(ଉତ୍କଳ ସମାଚାର)କେନ୍ଦୁଝରଗଡ଼ ବଡଦାଣ୍ଡ ରେ ଗଡିଛି ବିଶ୍ୱ ର ବୃହତମ କାଷ୍ଠ ନିର୍ମିତ ଷୋହଳ ଚକ ବିଶିଷ୍ଟ ନନ୍ଦିଘୋଷ ରଥ, ଚତୁର୍ଦ୍ଧା ମୂରତି ଙ୍କ ଅବକାଶ, ଧୂପ, ଲୁଗାଲାଗି, ଦ୍ୱାରପାଳ ପୂଜା ସୂର୍ଯ୍ୟପୂଜା, ମଙ୍ଗଳାର୍ପଣ, ପୁଷଞ୍ଜଳି, ଚକାଭିଡା, ପହଣ୍ଡି ବେଶ ହେବାପରେ ପହଣ୍ଡି ଆରମ୍ଭ ହୋଇ ଏକଲକ୍ଷ ରୁ ଉର୍ଧ୍ଵ ଭକ୍ତଙ୍କ ହୁଲୁହୁଳି, ଘଣ୍ଟନାଦ, ଜୟ ଶ୍ରୀ ଜୀଉ ନାରା ଭିତରେ ରଥାରୁଢ଼ ହୋଇଥିଲେ, ଚାରମାଳାଖୋଲା ଯିବାପରେ ଘୋଡା ଯୋଚା ସମ୍ପନ୍ନ ହୋଇ ଛେରାପହଁରା କାର୍ଯ୍ୟକ୍ରମ ସରି ରଥଟଣା ଆରମ୍ଭ ହୋଇଥିଲା, ରାସ୍ତାରେ ଗଳଗଣ୍ଡି ପୂଜା ପରେ ପୁଣି ରଥଟଣା ହୋଇ ସନ୍ଧ୍ୟା ସାଢେ ଛ ଟାରେ ରଥ ମାଉସୀମା ମନ୍ଦିର ନିକଟରେ ପହଂଚଥିଲା,ଲୋକସମ୍ପର୍କ ବିଭାଗ ପକ୍ଷରୁ ଅଭିଜ୍ଞ ବିଦ୍ୱାନ ମାନଙ୍କୁ ନେଇ ଧାରବିବରଣୀ ପ୍ରସାର କରାଯାଇଥିବାବେଳେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ୱାରା ଦହିପାଣି ଖେଚୁଡ଼ି, ପଲାଉ, କ୍ଷୀରି, ଲେମ୍ବୁ ସର୍ବତ, ପିଇବା ପାଣି,ବିତରଣ କରାଯାଉଥିଲା, ଏସପି ନିତିନ କୁଶଲକର ଙ୍କ ନେତୃତ୍ୱରେ ୨୨ପ୍ଲାଟୁନ ଫୋର୍ସ, ୨ଜଣ ଅତିରିକ୍ତ ଏସପି, ୭ଜଣ ଡ଼ିଏସପି, ୧୩ଜଣ ଇନ୍ସପେକ୍ଟର, ୪୫ଜଣ ସବଇନ୍ସପେକ୍ଟର ବନକର୍ମଚାରୀ, ଅବକାରୀ ଫୋର୍ସ, ଅଗ୍ନିଶମ ଫୋର୍ସ, ନିୟୋଜିତ ରହି ଶାନ୍ତିଶୃଙ୍ଖଳା, ଜରୁରୀକାଳୀନ ସେବା, ଯୋଗାଇ ଦେଇଥିଲେ, ବିଭିନ୍ନ ଅସାମାଜିକ ତତ୍ୱ ଙ୍କ ଉପରେ ଦୃଷ୍ଟି ରଖିବାକୁ ସମଗ୍ର ବଡଦାଣ୍ଡ ଓ ଆଖପାଖ ଅଂଚଳ ରେ ସିସି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ ରୁ ଅନୁଧ୍ୟାନ କରାଯାଉ ଥିଲା, ଯାତ୍ରା ସମୟରେ ଯାତ୍ରୀ ମାନଙ୍କ ଯାତାୟାତ ସୁବିଧା ପାଇଁ ଟ୍ରାଫିକ କଣ୍ଟ୍ରୋଲ ବ୍ୟବସ୍ଥା କୁ ଦୃଢ଼ କରାଯାଇଥିଲା, ପାରା ମେଡିକାଲ ଷ୍ଟାଫ, ଏନସିସି, ସ୍କାଉଟ, ଗାଇଡ଼, ରେଡ଼କ୍ରସ ର ସ୍ବେଛାସେବୀ ମାନେ ତତ୍ପର ଥିଲେ ସହାୟତା ପାଇଁ, ଜିଲ୍ଲାପାଳ ଵିଶାଲ ସିଂ, ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ବୃନ୍ଦ ଉପସ୍ଥିତ ରହି ଶୃଙ୍ଖଳିତ ରଥଯାତ୍ରା ପାଇଁ ସଜାଗ ଥିଲେ ପ୍ରତିଦିନ ସନ୍ଧ୍ୟା ରେ ବଡଦାଣ୍ଡ ର ବିଭିନ୍ନ ମଞ୍ଚ ମାନଙ୍କ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ଶୁକ୍ରବାର ସନ୍ଧ୍ୟା ରେ ଶ୍ରୀଜୀଉ ମାନେ ଶ୍ରୀଗୁଣ୍ଡିଚା ମନ୍ଦିର କୁ ବିଜେ କରିବେ, ଶନିବାର ଠାରୁ କୃଷ୍ଣ ବଳରାମ, ରାମଲକ୍ଷ୍ମଣ, କଳ୍କୀପର୍ଶୁରାମ, ରୁଦ୍ର ନାରାୟଣ, ନୃସିଂହବାମନ, ଆଦି ବେଶ ରେ ସଜ୍ଜିତ ହୋଇ ଭକ୍ତମାନଙ୍କ ପାପ ହରଣ କରିବେ, ଆସନ୍ତା ୨୫ତାରିଖରେ ବଡ଼ଏକାଦଶୀ ଅବସରରେ ଶ୍ରୀ ଜୀଉ ମାନେ ଦୁର୍ଲଭ ସୁନାବେଶ ରେ ରଥ ଉପରେ ବିରାଜମାନ ହେବେ, ରଥ ଦାଣ୍ଡ ହାଟ ପଡିଆ ରେ ବିଭିନ୍ନ ଦୋକାନବଜାର, ମେଳା, ଦୋଳି ଫୁଡପାର୍କ ସ୍ଥାପନ ହୋଇ ଭକ୍ତ ମାନଙ୍କ ମନୋରଞ୍ଜନ ର ମାଧ୍ୟମ ହୋଇପାରିଛି

