ପାପଡାହାଣ୍ଡି 17.7.26:(ଉତ୍କଳ ସମାଚାର)ତାରିଖ ରେପାପଡାହାଣ୍ଡି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି.ଏହି ରଥଯାତ୍ରା ରେ ସକାଳୁ ମଙ୍ଗଳ ଆଳତି ସରିଲା ପରେ ପୂଜାର୍ଚନା ସାରି ଚତୁର୍ଦ୍ଧା ଦାରୁ ମୂର୍ତ୍ତି କୁ ପହଣ୍ଡି ବିଜେ କରାଇ ଥିଲେ ଏଥିରେ ମୁଖ୍ୟ ପୂଜକ ସତ୍ୟନାରାୟଣ ନନ୍ଦ, ହରିଶଙ୍କର ତ୍ରିପାଠୀ, ନୀଳକଣ୍ଠ ତ୍ରିପାଠୀ, ରାମପ୍ରସାଦ ଦାସ ସୁଦର୍ଶନ ପାତ୍ର ସିଦ୍ଧାଥ ପାଢ଼ୀ, ଓଁକାର ତ୍ରିପାଠୀ,ହରି ପାଣିଗ୍ରାହୀ,ବିକାଶ ମହାପାତ୍ର, ଅତୁଲ ସାହୁ, ଗିରିଶ ପଣ୍ଡା, ଅଙ୍ଗତ ପାଢ଼ୀ, ସୁନୀଲ ଘଣ୍ଟ,ଓ ଅଭୟ ପାଢ଼ୀ ପ୍ରଭୁତି ସହଯୋଗ କରିଥିଲେ ଲଗାଣ ବର୍ଷା ଯୋଗୁଁ ସମସ୍ତ କାର୍ଯ୍ୟ ବିଳମ୍ବ ରେ ହୋଇଥିଲା ପ୍ରଶାନ୍ତ ପାତ୍ର ଙ୍କଦ୍ଵାରା ଛେରାପହଁରା ସମ୍ପୂର୍ଣ କରାଯାଇଥିଲା ତାପରେ କିଛି ସମୟ ପୂଜାର୍ଚନା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା ଏଥିରେ ଶାନ୍ତି ଶୃଙ୍ଖଳା ପାଇଁ ପାପଡାହାଣ୍ଡି ଏସ ଡି ପି ଓ ସତ୍ୟଜିତ କାଣ୍ଡଳକାଲ, ଓ ପାପଡାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଙ୍କ ପ୍ରତକ୍ଷ ତତ୍ଵାବଧାନ ରେ ପୁରା ଟିମ ଶାନ୍ତି ଶୃଙ୍ଖଳା ପାଇଁ ଉପସ୍ଥିତ ଥିଲେ, ତାସହିତ ଅଗ୍ନିଶ୍ରମ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଉପସ୍ଥିତ ଥିଲେ ତାସହିତ ତହସିଲଦାର ତପନ କୁମାର ନାୟକ ଉପସ୍ଥିତ ଥିଲେ ସେଠି ବି ଯେ ପି ର ପାପଡାହାଣ୍ଡି ମଣ୍ଡଳ ସଭାପତି ଶ୍ରୀ ମୋନଜ ଅଗ୍ରଵାଲ, ଦୀନବନ୍ଧୁ ବିଶୋଇ, ତ୍ରିନାଥ ଅମନାତ୍ୟ ଓ ବହୁ ସଂଖ୍ୟା ରେ ଭକ୍ତ ମାନେ ଯୋଗ ଦେଇଥିଲେ ସେହିପରି ଦଳେଇ ଗୁଡା ଠାରେ ହରି ମୋହନ ଶର୍ମା ଦ୍ଵାରା ରଥଯାତ୍ରା ପାଳନ କରାଯାଇଛି, ପାପଡାହାଣ୍ଡି ବ୍ଲକ ର ମୈଦଳପୁର ଠାରେ ମଧ୍ୟ ରଥଯାତ୍ରା ପାଳନ କରାଗଲା

