ରାଉରକେଲା ୧୭/୭,(ଉତ୍କଳ ସମାଚାର)ଶ୍ରୀଜଗନ୍ନାଥ ମହାପ୍ରଭୁ, ବଡ଼ଠାକୁର ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଗୁଣ୍ଡିଚା ରଥଯାତ୍ରାରେ ଆସି ଜନ୍ମ ବେଦୀରେ ପହଞ୍ଚିବା ପରେ ଆଡପ ମଣ୍ଡପରେ ବିଜେ କରିଛନ୍ତି। ଉଦିତନଗର ଶ୍ରୀ ପଞ୍ଚଦେବ କଲଚରାଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହିତ ବଡ଼ଠାକୁର ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ ମାଉସୀମା ମନ୍ଦିର ରାଉରକେଲା ରେଳଷ୍ଟେସନ୍ ସନ୍ନିକଟ ଶ୍ରୀ ସଂକଟମୋଚନ ହନୁମାନ ପରିସରରେ ପହଞ୍ଚିବା ପରେ ଆଜି ଆଡପ ମଣ୍ଡପରେ ବିଜେ କରିଛନ୍ତି। ମଧ୍ୟାହ୍ନ ଧୂପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରସାଦ ଅର୍ପଣ କରାଯିବା ପରେ ସମସ୍ତ ଭକ୍ତମାନେ ପ୍ରସାଦ ସେବନ କରିଥିଲେ । ଆଡପ ମଣ୍ଡପରେ ବିଜେ କରିବା ପରେ ଶ୍ରୀ ପଞ୍ଚଦେବ କଲଚରାଲ୍ ଟ୍ରଷ୍ଟ ପକ୍ଷରୁ ଶ୍ରୀଜୀଉଙ୍କ ପୂଜା ଆରମ୍ଭ କରାଯାଇଥିଲା। ପୁରୋହିତ ପଣ୍ଡିତ ସୁଦାମା ପାଣ୍ଡେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥିଲେ। କର୍ତ୍ତା ଭାବେ ନନ୍ଦକିଶୋର ଅଗ୍ରୱାଲ ପୂଜାରେ ବସିଥିଲେ। ଶ୍ରୀ ପଞ୍ଚଦେବ କଲଚରାଲ୍ ଟ୍ରଷ୍ଟର ସଭାପତି ଦିଲ୍ଲୀପ କୁମାର କର, ଟ୍ରଷ୍ଟି ବିଜୟ ପ୍ରଧାନଙ୍କ ସମେତ ମୁକେଶ ପାଣ୍ଡେ, ରବି ଶର୍ମା, ସୁଶୀଲ ଶର୍ମା, ଅଶୋକ ମାହାତୋ, ମିଟୁ ବେଉରିଆ, ରାଜୁ ମଲ୍ଲ, ସଞ୍ଜୟ ମିଶ୍ର, ପ୍ରକାଶ ପାଢୀ, ସମୀର ଗର୍ଗ, ବାବୁଲି ପଟ୍ଟନାୟକ, ଭାସ୍କର ଭୋଇ, ନରେଶ ସାମଲ, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

