ରାଉରକେଲା ୧୭/୭,(ଉତ୍କଳ ସମାଚାର) ଆଜି ବିଶ୍ଵପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ରଥଯାତ୍ରା। ପୁରୁଷୋତ୍ତମ ଧାମ ଶ୍ରୀକ୍ଷେତ୍ର ପୁରୀ ସମେତ ସମଗ୍ର ଓଡିଶା ତଥା ବିଶ୍ଵର ବିଭିନ୍ନ ସ୍ଥାନରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା।ଏହି ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଶ୍ରୀକ୍ଷେତ୍ର ପୁରୀ ସମେତ ସମଗ୍ର ରାଜ୍ୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି। ରାଉରକେଲା ସହରର ସେକ୍ଟର-୩ ଅହିରାବନ୍ଧ ଶ୍ରୀଜଗନ୍ନାଥ ମନ୍ଦିର ସମେତ ଉଦିତନଗର ଶ୍ରୀଜଗନ୍ନାଥ ମନ୍ଦିର, ହନୁମାନ ବାଟିକା ଶ୍ରୀଜଗନ୍ନାଥ ମନ୍ଦିର, ପାନପୋଷ ଶ୍ରୀଜଗନ୍ନାଥ ମନ୍ଦିର, ମା ତାରିଣୀ ମନ୍ଦିର ପରିସରସ୍ଥ ଶ୍ରୀଜଗନ୍ନାଥ ମନ୍ଦିର, ଛେଣ୍ଡ ଦେବବିହାର ଶ୍ରୀଜଗନ୍ନାଥ ମନ୍ଦିର, ବାସନ୍ତୀ କଲୋନୀ ଶ୍ରୀଜଗନ୍ନାଥ ମନ୍ଦିର, ପ୍ଲାଣ୍ଟସାଇଟ୍ ଶ୍ରୀଜଗନ୍ନାଥ ମନ୍ଦିର, ରେଲୱେ କଲୋନୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି। ସକାଳ ୫ଟା ସମୟରେ ମଙ୍ଗଳ ଆଳତି ପରେ ଦେବନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ପହଣ୍ଡିରେ ବଡଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନଙ୍କୁ ରଥ ଉପରକୁ ନିଆଯିବା ପରେ ଶ୍ରୀଜଗନ୍ନାଥଙ୍କୁ ସେବାୟତମାନେ ପହଣ୍ଡିରେ ନେଇଥିଲେ ରଥ ଉପରକୁ।ଏହାପରେ ଆରମ୍ଭ ହୋଇଥିଲା ଛେରାପହଁରା ନୀତି। ସେକ୍ଟର-୩ ଅହିରାବନ୍ଧ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ଛେରାପହଁରା କରିଥିଲେ ଗଜପତି ମହାରାଜ (ଆରଏସପି ଡିଆଇସି) ଆଲୋକ ବର୍ମା। ସେହିପରି ଉଦିତନଗର ଶ୍ରୀଜଗନ୍ନାଥ ମହାପ୍ରଭୁ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ଛେରାପହଁରା କରିଥିଲେ ଗଜପତି ମହାରାଜା ବିଜୟ। ସେହିପରି ହନୁମାନ ବାଟିକା ଶ୍ରୀଜଗନ୍ନାଥ ମହାପ୍ରଭୁ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥରେ ଛେରାପହଁରା କାର୍ଯ୍ୟକ୍ରମ ସରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ଅପରାହ୍ନ ୩ଟା ସମୟରେ ରଥଟଣା ଆରମ୍ଭ ହୋଇଥିଲା। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କରୁଣାରୁ ରଥଟଣା ଆରମ୍ଭ ଠାରୁ ମାଉସୀମା ମନ୍ଦିର ପହଞ୍ଚିବା ପର୍ଯ୍ୟନ୍ତ ବର୍ଷା ଛାଡି ଯାଇଥିବାରୁ ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ହୋଇଥିଲା। ଉଦିତନଗର ଶ୍ରୀ ପଞ୍ଚଦେବ କଲଚରାଲ୍ ଟ୍ରଷ୍ଟ ପକ୍ଷରୁ ସଭାପତି ଦିଲ୍ଲୀପ କୁମାର କରଙ୍କ ସମେତ ବିଜୟ ପ୍ରଧାନ, ମିଟୁ ବେଉରିଆ, ରାଜୁ ମଲ୍ଲ, ଗୁନା ଭାଇ, ସଞ୍ଜୟ ମିଶ୍ର, ପ୍ରକାଶ ପାଢୀ, ସମୀର ଗର୍ଗ, ସୁକାନ୍ତ, ମାଷ୍ଟର ଏ -1, ଅଭି, ବାବୁଲି ପଟ୍ଟନାୟକ, ଭାସ୍କର ଭୋଇ, ନରୋତ୍ତମ, ଅରୁଣ ମୁଣ୍ଡା, ଚୁନୁ, ସିହ୍ନା, ନରେଶ ସାମଲ, ରଜତ, ସୁକାନ୍, ସାନ୍ତୋଶ୍ ପଟ୍ଟନାୟକ୍ ପ୍ରମୁଖ ସହଯୋଗ କରିଥିଲେ।

