ରାଇଘର.ନରସିଂବାଘ ..(ଉତ୍କଳ ସମାଚାର) ..୧୮/୦୭.. ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପାରଚିପାରା ପଂଚାୟତ ଅଧୀନରେ ଥିବା ଧୋଡ୍ରାପାରା ଅଙ୍ଗନବାଡି କେନ୍ଦ୍ରରେ ଦୀର୍ଘ ବର୍ଷ ହେବ ଅଙ୍ଗନବାଡି କର୍ମୀ ଅନୁପସ୍ଥିତ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ଅଙ୍ଗନବାଡି କେନ୍ଦ୍ରରେ ଅନୁପସ୍ଥିତ ରହିବା ଯୋଗୁଁ କେନ୍ଦ୍ରର ପ୍ରିସ୍କୁଲ ପିଲା, କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମାମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ କରିଥିବା ଅଭିଯୋଗକୁ ଅନ୍ୟପଟେ ଅଙ୍ଗନବାଡି କର୍ମୀ ଗାୟତ୍ରୀ ନାୟକ ଖଣ୍ଡନ କରିଛନ୍ତି |ଅଙ୍ଗନବାଡି କର୍ମୀଙ୍କ କହିବା ପ୍ରକାରେ ଦୀର୍ଘ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ସହିତ ତାଙ୍କର ବିଚ୍ଛେଦ ହୋଇଥିଲା, ତେବେଠାରୁ ଅଙ୍ଗନବାଡି ଦିଦି ନିଜ ଗୋଟେ ବୋଲି ପୁଅ ସହିତ ଦୁର୍ଦଶା ଭୋଗୀ ଆସୁଛନ୍ତି |ସ୍ୱାମୀ ଛାଡିଦେବା ପରେ ମଧ୍ୟ ସେ କେନ୍ଦ୍ରକୁ ଯାଉଥିଲେ, ହେଲେ କୌଣସି କାରଣ ନଥାଇ ଗ୍ରାମବାସୀ ଅତର୍କିତ ଭାବେ ଟେକା ପଥର ମାରି ତାଙ୍କୁ ଆକ୍ରମଣ କରିଥିଲେ |ଭୟପାଇ ଦିଦି ଜଣକ ପ୍ରାଣରକ୍ଷା ପାଇଁ ସ୍ଥାନୀୟ ପୋଲିସକୁ ଫୋନ କରିଥିଲେ ଓ ପୋଲିସ ସହାୟତାରେ ସେଠାରୁ ସୁରକ୍ଷିତ ଭାବେ ନିଜ ଘରେ ପହଂଚି ପାରିଥିଲେ |ସେ ଅନେକ ଥର କେନ୍ଦ୍ରକୁ ଯିବା ପାଇଁ ଚେଷ୍ଟା କରିଥିଲେ ହେଁ ପ୍ରତିଥର ଆକ୍ରମଣର ଶିକାର ହୋଇଛନ୍ତି |ତେଣୁ ପ୍ରାଣ ଭୟରେ କେଇଟା ବର୍ଷ ହେବ କେନ୍ଦ୍ରକୁ ପାଦ ମାଡି ପାରିନାହାନ୍ତି |ତଥାପି ଅଙ୍ଗନବାଡି ସହାୟିକା କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରି ଆସୁଛନ୍ତି |ଏ ସମ୍ପର୍କରେ ସେ ଉପ ଜିଲ୍ଲାପାଳଙ୍କୁ ମଧ୍ୟ ସାକ୍ଷାତ କରି ଲିଖିତ ଭାବେ ଅବଗତ କରିଥିବା ଦିଦି ଜଣକ କହିଛନ୍ତି |ତେବେ ଏଯାଏ ଜିଲ୍ଲା ପ୍ରଶାସନ ମଧ୍ୟ ଏହାର କୌଣସି ନିଷ୍କର୍ଷ ବାହାର କରିନାହାନ୍ତି ବୋଲି ଦିଦି ଜଣକ ନିଜ ପ୍ରତିକ୍ରିୟାରେ କରିଛନ୍ତି |ତେବେ ଗ୍ରାମରେ ଅଙ୍ଗନବାଡି କାର୍ଯ୍ୟ ସୁରୁଖୁରୁରେ ଚାଲିବା ସହିତ ହିତାଧିକାରୀମାନେ ଯେମିତି ସରକାରୀ ଯୋଜନାର ଲାଭ ଉଠେଇ ଉପକୃତ ହୋଇପାରିବେ ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଏକ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି |
