ରାଉରକେଲା ୧୮/୭/୨୦୨୬:(ଉତ୍କଳ ସମାଚାର)ସୁନ୍ଦରଗଡ଼ ଜିଲ୍ଲା ର କୋଇଡା ବ୍ଳକ ଖଣି ଖାଦାନରେ ଭରପୁର ବ୍ଳକ୍।ଏଠାରୁ ଟିକସ ଆକାରରେ କୋଟି କୋଟି ଟଙ୍କା ଆଦାୟ କରି ନେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଜିଲ୍ଲାର ଖଣି ଅଂଚଳର ବିକାଶ ପାଇଁ ଏକ ସ୍ଵତନ୍ତ୍ର ଉନ୍ନୟନ ପାଣ୍ଠି ଡି ଏମ୍ ଏଫ୍ ପାଣ୍ଠି ରହିଛି କିନ୍ତୁ ଦୁଃଖର ବିଷୟ ସେହି ଟଙ୍କାକୁ ଏ ଅଂଚଳର ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ ଓ ଲୋକଙ୍କ ଜୀବନଧାରଣର ମାନକୁ ଉନ୍ନତ କରିବା ପାଇଁ ଖର୍ଚ୍ଚ ହେଉନାହିଁ। ଦେଶ ସ୍ବାଧୀନ ହେବାର ୮୦ ବର୍ଷ ହେବାକୁ ଯାଉଛି କିନ୍ତୁ ଏଠାରେ ସର୍ବନିମ୍ନ ମୈ।ଳିକ ଆବଶ୍ୟକତା ଯୋଗାଇଦେବା ରେ ସରକାର ବିଫଳ।କୋଇଡା ବ୍ଳକର ଏକମାତ୍ର ମହାବିଦ୍ୟାଳୟ ରେ ବିଜ୍ଞାନ ପାଠ୍ୟକ୍ରମ ଏ ପର୍ଯ୍ୟନ୍ତ ଆରମ୍ଭ କରାଯାଇ ନ ପାରିବା ସେ ଅଂଚଳ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ କୁ ଦର୍ଶାଉଛି। ତୁରନ୍ତ କୋଇଡା କଲେଜରେ ବିଜ୍ଞାନ ପାଠ୍ୟକ୍ରମ ଖୋଲିବା ସମେତ ଅନ୍ୟାନ୍ୟ ଦାବିର ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ( ଡି ଔଇ ଏଫ୍ ଆଇ) ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ କୋଇଡା ବ୍ଳକ ଅଫିସ ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଯୁବ ଛାତ୍ର ମାନେ ଗଣଧାରଣା ରେ ବସିଛନ୍ତି। ତାଙ୍କର ଏହି ଦାବିକୁ ସି ଆଇ ଟି ୟୁ, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ସମର୍ଥନ ଘୋଷଣା କରିବା ସହିତ ସୁନ୍ଦରଗଡ଼ ଜିଲ୍ଲାପାଳ,ବଣାଇ ଉପ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା କରି ଏହି ଦାବିକୁ ପୁରଣ କରିବା ସହିତ ଏ ମର୍ମରେ ଏକ ସ୍ମାରକପତ୍ର ଓଡ଼ିଶା ସରକାରଙ୍କ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ନିକଟରେ ଦାବି କରାଯାଇଛି। ସ୍ମାରକପତ୍ରରେ ଦର୍ଶାଯାଇଛି ସୁନ୍ଦରଗଡ଼ ଜିଲ୍ଲା ଓ ଓଡ଼ିଶାର ଧନୀ ବ୍ଳକ୍ କୋଇଡା କୁ ଅତ୍ୟିକ୍ତି ହେବ ନାହିଁ କିନ୍ତୁ ଏହି ଧନୀ ଅଂଚଳର ଜନସାଧାରଣ ଙ୍କ ପିଲାମାନେ ବିଜ୍ଞାନ ପାଠ ପଢିବା ପାଇଁ ନିଜ ଅଂଚଳରେ ଥିବା ଏକମାତ୍ର କଲେଜରେ ଏହି ପାଠ୍ୟକ୍ରମ ନ ଥିବା ଯୋଗୁଁ ରାଉରକେଲା ଓ ଜିଲ୍ଲା ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଆର୍ଥିକ ଅନାଟନ ଯୋଗୁଁ ଅନେକ ମେଧାବୀ ଛାତ୍ରଛାତ୍ରୀ ଏହି ସୁବିଧା ପାଇ ପାରୁ ନାହାଁନ୍ତି। ବର୍ଷା ଦିନରେ ମାଲଦା ଅଂଚଳ ଗୋପି ସାହି ଠାରେ ପୋଲ ଭାଙ୍ଗି ଯିବାରୁ ସଂପୂର୍ଣ୍ଣ କୋଇଡା ରୁ ବିଛିନ୍ନ ହୋଇଯିବାରୁ ଛାତ୍ର ଛାତ୍ରୀ ମାନେ ଯାତାୟାତ କରିପାରୁ ନାହାନ୍ତି। ତେଣୁ ଗୋପି ସାହି ଠାରେ ତୁରନ୍ତ ଏକ ପୋଲ ନିର୍ମାଣ ଦାବି ମଧ୍ୟ ଆନ୍ଦୋଳନକାରୀ ଯୁବ ଛାତ୍ର ମାନେ ଉପସ୍ଥାପନ କରିଛନ୍ତି। ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଇ ସମସ୍ୟାର ସମାଧାନ ପାଇଁ ତୁରନ୍ତ ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା କରିବାକୁ ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା ସଭାପତି ତଥା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜ୍ୟ ଉପସଭାପତି ପ୍ରମୋଦ ସାମଲ, ଜାହାଙ୍ଗୀର ଅଲ୍ଲୀ, ସାଧାରଣ ସମ୍ପାଦକ ବିମାନ ମାଇତି,ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ପ୍ରଭାତ ପଣ୍ଡା,ସୁଶିଳା ମୁଣ୍ଡା, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ,ଆନନ୍ଦ ମାସି ହରୋ, କୃଷ୍ଣ ବାରିକ୍, ହୃଦୟାନନ୍ଦ ଯାଦବ,ସୁଦର୍ଶନ ପାତ୍ର,ବି ପି ମହାପାତ୍ର,ତାଜମୁନ ନେହାର, ଯଯାତି କେଶରୀ ସାହୁ, ଶକୁନ୍ତଳା ମହାକୁଡ଼,ଅରୁ ଦାସ,ସୁରେଶ ମୁଦାଲି ପ୍ରମୁଖ ମିଳିତ ପ୍ରେସ ବିବୃତିରେ ଦାବି କରିଛନ୍ତି।
