ରାଉରକେଲା ୧୮/୭,(ଉତ୍କଳ ସମାଚାର) ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତିର୍କୀ ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମୋହମ୍ମଦ ଅଜାଜ ଆଲମଙ୍କୁ ଆଇନ ପରାମର୍ଶଦାତା (Legal Advisor) ଭାବେ ନିଯୁକ୍ତି ଦେଇଛନ୍ତି।ଅଜାଜ ଆଲମ ଜଣେ ଯୁବ ଆଇନଜୀବୀ ଏବଂ ଦୀର୍ଘ ବର୍ଷ ଧରି ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ସମାଧାନରେ ସକ୍ରିୟ ଭାବେ କାର୍ଯ୍ୟ କରିଆସୁଛନ୍ତି। ବିଧାୟକ ଶ୍ରୀ ତିର୍କୀ କହିଛନ୍ତି ଯେ, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଦ୍ରୁତ ଓ ସୁବିଧାଜନକ ଆଇନଗତ ସହାୟତା ପ୍ରଦାନ କରିବା, ସରକାରୀ ଯୋଜନା ସମ୍ବନ୍ଧୀୟ ଆଇନଗତ ପରାମର୍ଶ ଦେବା ଏବଂ ଜନସାଧାରଣଙ୍କ ଅଧିକାର ରକ୍ଷା କରିବା ପାଇଁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଆଇନ ପରାମର୍ଶଦାତା ଭାବେ ମୋହମ୍ମଦ ଅଜାଜ ଆଲମଙ୍କ ନିଯୁକ୍ତି ଦ୍ୱାରା ନିର୍ବାଚନ ମଣ୍ଡଳୀର ସାଧାରଣ ଲୋକ ବିଶେଷ କରି ଗରିବ ଓ ଅସହାୟ ଲୋକମାନେ ଆଇନଗତ ସହାୟତା ସହଜରେ ପାଇପାରିବେ ବୋଲି ବିଧାୟକ ଆଶା ପ୍ରକାଶ କରିଛନ୍ତି।ଅଜାଜ ଆଲମଙ୍କୁ ବିଧାୟକ ଶ୍ରୀ ତିର୍କୀ ଅଭିନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି

