କେନ୍ଦୁଝର:19//7,(ଉତ୍କଳ ସମାଚାର)ଆଜି ପ୍ରାତଃ ରେ ରୋଟାରୀ କ୍ଲବ କେନ୍ଦୁଝର ଙ୍କ ପକ୍ଷରୁ ବୃକ୍ଷ ସଚେତନତା କାର୍ଯ୍ୟକ୍ରମ ସ୍ୱରୂପ “ପ୍ଲାଣ୍ଟ ଫର ଲାଇଫ ” ସାଇକ୍ଲୋଥନ ଆୟୋଜିତ ହୋଇଯାଇଛି, ସହର ର ମଧ୍ୟସ୍ଥଳ ସର୍କିଟ ହାଉସ ଛକ ରୁ ଏହି ସାଇକ୍ଲୋଥନ ଆରମ୍ଭ ହୋଇ, କଚେରୀ ଛକ,ଗାନ୍ଧିଛକ, ଜେଲରୋଡ଼, ବିଜୁପଟନାଏକ ଛକ ତହସିଲ ଛକ, ମାଇନିଙ୍ଗ ରୋଡ଼, ଧୋବାଡିହା ଛକ ପରିକ୍ରମା କରି ସମାପ୍ତ ହୋଇ ଥିଲା, ଏହି ସାଇକ୍ଲୋଥନ କୁ ଧରଣୀଧର ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ କୁମାର ପାତ୍ର ପତାକା ହଲାଇ ଶୁଭାରମ୍ଭ କରିଥିଲେ, ବନଖଣ୍ଡ ଅଧିକାରୀ ଧନରାଜ ଏଚଡି ନିଜେ ସାଇକେଲ ଚାଳନା ରେ ସହର ପରିକ୍ରମା କରିବାସହିତ ଆଜିର ସମୟରେ ଜୀବନ ଧାରଣ ଓ ଶୈଳୀ ରେ ବୃକ୍ଷ ର ଆବଶ୍ୟକତା କେତେ ଜରୁରୀ ସେ ସମ୍ପର୍କ ରେ ବ୍ୟାଖ୍ୟା କରିଥିଲେ,କ୍ଲବ ସଭାପତି ନିରୁପମା ସ୍ୱାଇଁ, ସମ୍ପାଦିକା ଡ଼ଃ ମମତା ରାଣୀଜେନା, ଇନରହୁଇଲ ସଭାପତି ସର୍ବାଣି ମହାପାତ୍ର ସମ୍ପାଦିକା ମିନତି ମହାପାତ୍ର, ଇଂ ଦେବବ୍ରତ ସ୍ୱାଇଁ, ସଂଜୀବ ଓତା, ବିଜୟ ବେହେରା, ସୋନାଲି ସିଂ ସୁରେଶ ଖଟୋଇ, ଅମୀୟ ବେହେରା ପ୍ରମୁଖ ଶତାଧିକ ସାଇକେଲ ଚାଳକ ଙ୍କ ସହିତ ଏହି କାର୍ଯ୍ୟକ୍ରମ କୁ ଭଵ୍ୟତା ପ୍ରଦାନ କରିଥିଲେ, ଟାଉନ ପୋଲିସ ସକ୍ରିୟ ସହଯୋଗ କରିଥିଲେ

