ରାଉରକେଲା:୧୯.୭.୨୬,(ଉତ୍କଳ ସମାଚାର)ଶ୍ରଦ୍ଧା ଅନୁଷ୍ଠାନ ତରଫରୁ ଅଦ୍ୟ ତା ରିଖ ଦିନ ଟିପିଡ୍ଳୁଓଡିଲ ସହାୟତା ରେ ଶ୍ରଦ୍ଧା ଆୟୋଜିତ ଭିନ୍ନକ୍ଷମ ମାନଙ୍କ ପାଇଁ ସେମାନଙ୍କର ମୈ।ଳିକ ଅଧିକାର ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା । ରାଉରକେଲା ର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଶ୍ରୀ ଆଲୋକ ରଂଜନ ମଲ୍ଲିକ୍ ମୁଖ୍ୟ ଅତିଥିଭାବେ ଯୋଗଦେଇ , ଭିନ୍ନକ୍ଷମ ହେଉଛନ୍ତି ଆମ ସମାଜର ତଥା ପରିବାରର ଏକ ଅଭିନ୍ନ ଅଙ୍ଗ। ଆମେ ପ୍ରଭୁ ଜଗନ୍ନାଥ ଙ୍କୁ ଯେପରି ପୂଜାର୍ଚ୍ଚନା କରିଥାଉ ଆମ୍ଭର ମଙ୍ଗଳ ପାଇଁ । ସେହିପରି ସ୍ଵତନ୍ତ୍ର ଭାବେ ଏମାନଙ୍କ ର ଦେଖଭାଲ କରିବା ସହିତ ସେମାନଙ୍କର ମୈ।ଳିକ ଅଧିକାର ଙ୍କୁ ଯୋଗାଇଦେଇ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବା ଆମ୍ଭ ମାନଙ୍କ ର ଗୁରୁତ୍ଵ ଭୂମିକା ରହିଛି । ଆମ୍ଭେ ମାନେ ସମସ୍ତେ ମିଶି ଭିନ୍ନକ୍ଷମ ମାନଙ୍କ ପାଇଁ ଆନ୍ତରିକ ଭାବେ କିଛି କରିବା। ଟିପିଡ୍ଳୁଓଡିଏଲ ର ସି. ଏସ୍. ଆର ର ମ୍ୟାନେଜର ହର ପ୍ରସାଦ ଦାଶ ଟାଟା ପାୱାର ଦ୍ଵାରା ସି. ଏସ୍. ଆର ଅନ୍ତର୍ଗତ ସମାଜ କଲ୍ୟାଣ ପାଇଁ ବିଭିନ୍ନ ପ୍ରକାରର ଯୋଜନା ବିଭିନ୍ନ ସମାଜସେବୀ ଅନୁଷ୍ଠାନ ଙ୍କ ଦ୍ଵାରା ଚାଲୁଥିବା ଦର୍ଶାଇ ଥିଲେ। କିନ୍ତୁ ଭିନ୍ନକ୍ଷମ ମାନଙ୍କ ପାଇଁ ଶ୍ରଦ୍ଧା ଦ୍ଵାରା ପରିଚାଳିତ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ଅନନ୍ୟ । ଯେଉଁଥି ପାଇଁ ଭିନ୍ନକ୍ଷମ ମାନଙ୍କର ଅନେକ ସମାସ୍ୟ ର ସମାଧାନ ହୋଇପାରୁଛି । ଶ୍ରଦ୍ଧା ବାସ୍ତବିକ୍ ଏଥିପାଇଁ ପ୍ରଶଂସା ର ପାତ୍ର । ଦିତୀୟ ପର୍ଯ୍ୟାୟରେ ଚାଳୁଥିବା ଥେରାପି ଅନ୍ ହ୍ଵୁଇଲ କାର୍ଯ୍ୟକ୍ରମ ପାଇଁ ସେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ଓ ଅନ୍ୟ ଅତିଥିମାନଙ୍କର ଦ୍ବାରା ଗତ ୩ ବର୍ଷ ର ବାର୍ଷିକ ବିବରଣୀ ର ସନ୍ଦର୍ଭ ଉନ୍ମୋଚନ କରାଯାଇଥିଲା । ସହରର ଜଣାଶୁଣା ସୁପରିଚିତ ସମାଜସେବୀ ପ୍ରକାଶ କୁମାର ପାଣିଗ୍ରାହୀ ଅନ୍ୟତମ ସମ୍ମାନିୟ ଅତିଥିଭାବେ ଯୋଗଦେଇ ତାଙ୍କର ବକ୍ତବ୍ୟ ରେ ଶ୍ରଦ୍ଧା ଆରମ୍ଭ ହୋଇ ଥିବାବେଳେ ଯେଉଁ। ଧାବିଘ୍ନ ଦେଇ ଗତି କରୁଥିଲା। ତାହା ଆଜି ତାହା ଆଜି ଶ୍ରଦ୍ଧା ର ପ୍ରତିଷ୍ଠାତା କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଆନ୍ତରିକ ପ୍ରଚେଷ୍ଟା ଫଳରେ ବଟଦୃମ ରେ ପରିଣତ ହୋଇଛି । ଶ୍ରଦ୍ଧା ସମାଜ ତଥା ଭିନ୍ନକ୍ଷମ ମାନଙ୍କ ପାଇଁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ କରି ଉଦାହରଣ ସୃଷ୍ଟି କରିଛି। ରାଉରକେଲା ତଥା ସାରା ଭାରତବର୍ଷରେ ସୁନାମ ଅର୍ଜନ କରିବାରେ ସକ୍ଷମ ହୋଇଥିବା ଆମେ ଜାଣି ପାରିଛୁ । ଏହି ଅନୁଷ୍ଠାନ ଆହୁରି ଅନେକ ଅନେକ ଆଗକୁ ଯାଉ ଏବଂ ଆମ୍ଭ ମାନଙ୍କର ସହାୟତା ନିଶ୍ଚିତ ରହିବ ବୋଲି ସେ କହିଥିଲେ। ଅନୁଷ୍ଠାନ ର ସଭାପତି ଡଃ ରାମକୃଷ୍ଣ ବିଶ୍ଵାଳ ଏହି କର୍ମଶାଳା ରେ ପୈ।ରହିତ କରିବା ସହିତ ଭିନ୍ନକ୍ଷମ ମାନଙ୍କୁ ସେବା ଯୋଗାଇ ଦେଉଥିବା ବାପା ମା ଏବଂ କେୟାର ଟେକର ମାନଙ୍କ ସମସ୍ୟା କଥା କେହି ବୁଝନ୍ତି ନାହିଁ । ଭିନ୍ନକ୍ଷମ ମାନଙ୍କୁ ପାଳନ ପାଇଁ ଏମାନେ ଯେ କେତେ ସମାସ୍ୟା ସମ୍ମୁଖୀନ ହୁଅନ୍ତି ତାହା ଆମ୍ଭେ ମାନେ ସମସ୍ତେ ଜାଣିବା ଦରକାର । ତେଣୁ ସରକାର ଏମାନଙ୍କ ପାଇଁ ମଧ୍ୟ ଏକ ଯୋଜନା କରିବା ଉଚିତ। ପ୍ରାରମ୍ଭରେ ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥି ପରିଚୟ ଓ ସ୍ଵାଗେ ଭାଷଣ ପ୍ରଦାନ କରିବା ସହିତ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ଯୋଜନା ଓ ଟିପିଡବ୍ଳୁଓଡିଲ ସହାୟତା ରେ ବିଶ୍ରାମ ବ୍ଳକ ରେ ଚାଲୁଥିବା ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ସେ ଦର୍ଶାଇଥିଲେ ଯେ, ସରକାର ଙ୍କ ସବୁ ଯୋଜନାରେ ସବୁ ଭିନ୍ନକ୍ଷମ ସାମିଲ ହୋଇପାରୁନାହାନ୍ତି। ଏଥିପାଇଁ ସରକାର ଓ ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ଦରକାର। ନଚେତ୍ ଅଧିକାଂଶ ଭିନ୍ନକ୍ଷମ ମାନେ ବଂଚିତ ହୋଇ ରହିଥିଲେ । ଏଭଳି ଅନେକ ସମସ୍ୟା ଅଛି ଯାହା ସ୍ଵାସ୍ଥ୍ୟ, ଭତ୍ତା, ଯାତାୟାତ ତଥା ଶିକ୍ଷା କ୍ଷେତ୍ରରେ ଉପୁଜୁଛି । ସରକାର ଏଥିପାଇଁ ବିଶେଷ ଦୃଷ୍ଟି ଦେବାକୁ ସେ ସରକାର ଙ୍କୁ ଜଣାଇବେ ବୋଲି କହିଥିଲେ। ଶ୍ରଦ୍ଧା ର ସୁକୁମାର ପାଣ୍ଡବ, ଅର୍ଚ୍ଚନା ମିଞ୍ଜ୍, ସୁଜାତା ରାଉତ, ସୈ।ଦାମିନ, ଶ୍ଵେତା, ସନ୍ତୋଷୀ, ଇତିଶ୍ରୀ , ଚନ୍ଦ୍ରୀକା , ଗଗନ ଏବଂ ସି.ବି. ଆର ସ୍ଵେଚ୍ଛାସେବୀ . ଦୀପକ, କ୍ରୀଷ୍ଣା, ପ୍ରୀତମ, ଶିବ ମହାତୋ, ଓ୍ଵ। ଜିଦ୍,ଧାରୁ ଓରାମ, ମମତା ଓ ଗଙ୍ଗେଇ ମିଞ୍ଜ୍ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠାନ ର ଉପସଭାପତି ଡଃ. ପ୍ରଭାକର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

