କେନ୍ଦୁଝର:19//7,(ଉତ୍କଳ ସମାଚାର) ପୂଣ୍ୟମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇ ଜିଲ୍ଲା ରକ୍ତକେନ୍ଦ୍ର କୁ ପ୍ରେରଣ କରାଯାଇଥିଲା , ।କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କେନ୍ଦୁଝରଗଡ ଉପନଗରପାଳ ବରଦା ପ୍ରସନ୍ନ ଦାସ, ଜିଲା ସାମ୍ବାଦିକ ସଂଘ ସଭାପତି ସତ୍ୟନାରାୟଣ ମିଶ୍ର, ରୋଟାରିଆନ ଇଂ ଦେବବ୍ରତ ସ୍ୱାଇଁ, ଡାକ୍ତର ସଂଜୀବ ଓତା, ଜିଲା ରେଡକ୍ରସ୍ ଯୁଗ୍ମ ସମ୍ପାଦକ ଏ ଆର ଖାନ, , ବିଜୟ କୁମାର ବେହେରା ଓ କେନ୍ଦୁଝର ଫିଲ୍ମ ଏକାଡେମୀର ଉପ ସଭାପତି ପଦ୍ମ ଲୋଚନ ଦଳେଇ,ରାଜେଶ ରଣା ସାହିତ୍ୟିକ ଭରତ ଚନ୍ଦ୍ର ପାତ୍ର, ସାମ୍ବାଦିକ ବିଜୟ କୁମାର ମିଶ୍ର,ପବିତ୍ର ବେହେରା, ବ୍ରଜାକିଶୋର ରାୟ ,ସତ୍ୟ ଜିତ ସାମନ୍ତରାୟ ବସନ୍ତ କୁମାର ଡାନୀ ,କେଏସଇ ଶିକ୍ଷାନୁଷ୍ଠାର ଅଧ୍ୟାପକ ଭାବଗ୍ରାହୀ ମିଶ୍ର,ସିଟିଜି ର ରାଜୀବ ପଳେଇ ଙ୍କ ସମେତ ବିଧାୟକ ଅଖିଳ ଚନ୍ଦ୍ର ନାୟକ ,ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡକ୍ଟର ଫକିର ମୋହନ ନାୟକ ,ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ସମ୍ବର୍ଦ୍ଧିତ କରି , ଗୋପବନ୍ଧୁଙ୍କ ତ୍ୟାଗ ଓ ସେବା ସମସ୍ତଙ୍କ ପାଇଁ ସର୍ବଦା ପ୍ରାତଃ ସ୍ମରଣୀୟ ବୋଲି ମତ ବ୍ୟକ୍ତି କରିଥିଲେ ରକ୍ତକେନ୍ଦ୍ରଅଧିକାରୀ ମନୁମଂଗତ ମାରାଣ୍ଡି , ପିଆରଓ ଅକ୍ଷୟ ସାହୁ ,ଏଲଟି ଗୌରୀଶଙ୍କର ମଲ୍ଲିକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ

