ରାଉରକେଲା:19//7,(ଉତ୍କଳ ସମାଚାର)ବର୍ଷ ୨୦୨୬-୨୭ ପାଇଁ ଲାୟନ୍ସ ଏବଂ ଲିଓ କ୍ଲବ୍ ଅଫ୍ ରାଉରକେଲା ବେଦବ୍ୟାସର ନୂତନ କାର୍ଯ୍ୟକାରିଣୀ କମିଟିର ଶପଥ ଗ୍ରହଣ ଉତ୍ସବ ଗତ ଜୁଲାଇ ୧୬ ତାରିଖରେ ଚାମ୍ବର ଭବନଠାରେ ଆୟୋଜିତ ହୋଇଯାଇଛି।ତନ ସଭାପତି ଭାବେ ଲାୟନ ମନୋଜ ଅଗ୍ରୱାଲ, ସମ୍ପାଦକ ହିତେଶ ବୋଥ୍ରା, କୋଷାଧ୍ୟକ୍ଷ ସିଏ କିଷାନ ଅଗ୍ରୱାଲ, ଉପସଭାପତି ସଞ୍ଜୟ ଅଗ୍ରୱାଲ, ସୂରଜ ବାପୋଡିଆ, ସନ୍ଦୀପ ଅଗ୍ରୱାଲ, ପି.ଆର.ଓ. ଆଡଭୋକେଟ୍ ରାଜେଶ ଅଗ୍ରୱାଲ ଏବଂ ସମଗ୍ର କାର୍ଯ୍ୟକାରିଣୀ କମିଟିକୁ ଭାଗଲପୁରରୁ ଆସିଥିବା ମୁଖ୍ୟ ଅତିଥି ତଥା ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ ଅନୁପମ ସିଂଘାନିଆ ଶପଥ ପାଠ କରାଇଥିଲେ।ସେ କ୍ଲବ୍ ଦ୍ୱାରା କରାଯାଉଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହି ସେବାକୁ ଅଧିକରୁ ଅଧିକ ଅସହାୟ ଓ ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରେରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦାୟୀ ଜିଲ୍ଲା ଗଭର୍ଣ୍ଣର ଲାୟନ ମମତା ଗୌତମ ଏବଂ ପ୍ରଥମ ଉପ-ଜିଲ୍ଲା ଗଭର୍ଣ୍ଣର ଲାୟନ ଦୁର୍ଗେଶ ନନ୍ଦିନୀ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂତନ କାର୍ଯ୍ୟକାରିଣୀକୁ ଶୁଭେଚ୍ଛା ଓ ପ୍ରେରଣା ପ୍ରଦାନ କରିଥିଲେ।ଏଥିସହିତ ଲିଓ କ୍ଲବ୍ର ସଭାପତି ଭାବେ ରାଧେ ଗର୍ଗ, ସମ୍ପାଦକ ରୋହନ ବଂଶଲ ଏବଂ କୋଷାଧ୍ୟକ୍ଷ ଭାବେ ୟଶ ଅଗ୍ରୱାଲ ଶପଥ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମର ଆରମ୍ଭ ବିଦାୟୀ ସଭାପତି ଲାୟନ ସିଏ ପବନ ଅଗ୍ରୱାଲଙ୍କ ସ୍ୱାଗତ ଭାଷଣରୁ ହୋଇଥିବା ବେଳେ ସମ୍ପାଦକ ବିକାଶ ବିନ୍ଦଲ ଗତ ବର୍ଷର କାର୍ଯ୍ୟକଳାପର ବିବରଣୀ ଉପସ୍ଥାପନ କରିଥିଲେ।ରିଜିଅନ ଚେୟାରପର୍ସନ ଲାୟନ ମେଘା ବେରିୱାଲ, ଗେଟ୍ ଭାଇସ ଚେୟାରପର୍ସନ ରାଧିକା ଗୌତମ, ଜି.ଏଲ.ଟି. କୋଅର୍ଡିନେଟର ରାଜେଶ ଅଗ୍ରୱାଲ, ପୂର୍ବତନ ଡି.ଜି. ପଦ୍ମଚରଣ ନାୟକ, ହରଦୀପ ସିଂ, ବ୍ରଜମୋହନ ଅଗ୍ରୱାଲ, ବିନୋଦ ମହାନ୍ତି, ପ୍ରବୀଣ ଅଗ୍ରୱାଲ, କ୍ୟାବିନେଟ ସଦସ୍ୟ ସନ୍ତୋଷ ପାରିକ, ସରୋଜ ପାତ୍ର, ଅକ୍ଷୟ ଜେନା, ପି.କେ. ରାଉତ ଏବଂ ବିଭିନ୍ନ କ୍ଲବ୍ରୁ ଆସିଥିବା କର୍ମକର୍ତ୍ତାମାନେ ନୂତନ କାର୍ଯ୍ୟକାରିଣୀକୁ ବଧେଇ ଜଣାଇଥିଲେ।ସଭାପତି ମନୋଜ ଅଗ୍ରୱାଲ ସେବା କାର୍ଯ୍ୟର ସମ୍ପ୍ରସାରଣ କରି ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ସଂକଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ଆସିଥିବା ସମସ୍ତ ସଦସ୍ୟଙ୍କୁ ଗୋଟିଏ ଲେଖାଏଁ ଛତା ପ୍ରଦାନ କରାଯାଇଥିଲା, ଯାହାକୁ ସେମାନେ କୌଣସି ଅଭାବୀ ବା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ଦାନ କରିବେ।ମଞ୍ଚ ପରିଚାଳନା ଲାୟନ ପାୟଲ ଅଗ୍ରୱାଲ ଏବଂ ଲାୟନ କାମନା ଅଗ୍ରୱାଲ କରିଥିଲେ। ଶେଷରେ ଉପସଭାପତି ଲାୟନ ସଞ୍ଜୟ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

