ନବରଙ୍ଗପୁର:21//7,(ଉତ୍କଳ ସମାଚାର) ଅଲ୍ ଓଡ଼ିଶା ବିଏସ୍ଏସ୍ଓ ଆସୋସିଏସନ୍ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ADM)ଙ୍କୁ ସାକ୍ଷାତ କରି ସାମାଜିକ ସୁରକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ବିଭିନ୍ନ ଦୀର୍ଘଦିନର ସେବା ସମ୍ବନ୍ଧୀୟ ସମସ୍ୟା ଓ ଦାବି ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଆସୋସିଏସନ୍ ପକ୍ଷରୁ ନିମ୍ନଲିଖିତ ୫ ଦଫା ଦାବି ଉପସ୍ଥାପନ କରାଯାଇଛି—୧. ବିଏସ୍ଏସ୍ଓଙ୍କ ଦରମା ହାର ଉନ୍ନୀତ:ବର୍ତ୍ତମାନ ବିଏସ୍ଏସ୍ଓମାନେ ପାଉଥିବା ପେ ଲେଭେଲ୍-୯କୁ ପେ ଲେଭେଲ୍-୧୦କୁ ଉନ୍ନୀତ କରିବା ସହ ପରବର୍ତ୍ତୀ ପଦୋନ୍ନତି ପଦଗୁଡ଼ିକ ପାଇଁ ମଧ୍ୟ ଉପଯୁକ୍ତ ଉଚ୍ଚତର ପେ ସ୍କେଲ୍ ନିର୍ଦ୍ଧାରଣ କରାଯାଉ।୨. ପଞ୍ଚାୟତ ସ୍ତରରେ ସାମାଜିକ ସୁରକ୍ଷା ସହାୟକ ନିଯୁକ୍ତି:ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ସୁଚାରୁ ରୂପାୟଣ ଓ ହିତାଧିକାରୀଙ୍କୁ ତ୍ୱରିତ ସେବା ପ୍ରଦାନ ପାଇଁ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ Social Security Assistant ପଦବୀ ସୃଷ୍ଟି ଓ ନିଯୁକ୍ତି କରାଯାଉ।୩. ବକେୟା MACP ସୁବିଧା ପ୍ରଦାନ:SSEPD ବିଭାଗ ଅଧୀନରେ କାର୍ଯ୍ୟରତ ଯୋଗ୍ୟ କର୍ମଚାରୀମାନଙ୍କୁ ଦୀର୍ଘଦିନ ଧରି ବକେୟା ରହିଥିବା Modified Assured Career Progression (MACP) ସୁବିଧା ତୁରନ୍ତ ପ୍ରଦାନ କରାଯାଉ।୪. କ୍ୟାଡର ପୁନର୍ଗଠନ କାର୍ଯ୍ୟକାରୀ କରାଯାଉ:ଜୁନିୟର ଆସିଷ୍ଟାଣ୍ଟ ଓ ବିଏସ୍ଏସ୍ଓ କ୍ୟାଡରର ପୁନର୍ଗଠନ (Cadre Restructuring) ପ୍ରକ୍ରିୟାକୁ ଶୀଘ୍ର କାର୍ଯ୍ୟକାରୀ କରାଯାଇ କର୍ମଚାରୀଙ୍କ ପାଇଁ ଉନ୍ନତ ପଦୋନ୍ନତି ସୁଯୋଗ ଓ ସୁସ୍ପଷ୍ଟ କ୍ୟାରିୟର ପ୍ରଗତିର ବ୍ୟବସ୍ଥା କରାଯାଉ।୫. ପ୍ରୋଗ୍ରାମ୍ ଆସିଷ୍ଟାଣ୍ଟଙ୍କ ସମସ୍ୟାର ସମାଧାନ:SSEPD ବିଭାଗରେ କାର୍ଯ୍ୟରତ ପ୍ରୋଗ୍ରାମ୍ ଆସିଷ୍ଟାଣ୍ଟମାନଙ୍କର ବିଭିନ୍ନ ଦୀର୍ଘଦିନର ସେବା ସମ୍ବନ୍ଧୀୟ ଅଭିଯୋଗ ଓ ସମସ୍ୟାର ତୁରନ୍ତ ସମାଧାନ କରାଯାଉ।ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ, ବିଏସ୍ଏସ୍ଓ ଓ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ରାଜ୍ୟର ବିଭିନ୍ନ ସାମାଜିକ ସୁରକ୍ଷା ଓ ଜନକଲ୍ୟାଣ ଯୋଜନାର ସଫଳ ରୂପାୟଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ତେଣୁ କ୍ୟା

