ରାଜଗାଙ୍ଗପୁର:21//7,(ଉତ୍କଳ ସମାଚାର) (ସୁବାଷ ବେହେରା) ବର୍ଷା ପାଣିରେ ଫ୍ଲାଇଏସ ବୋହି ଘୋଘଡ଼ ରାସ୍ତା ରେ ଭାସୁଛି ଫ୍ଲାଇଏସ ଫଳରେ ପିଚୁ ରାସ୍ତା କାଦୁଅରେ ପଚପଚ ହୋଇଉଠିଛି । ଘୋଘଡ଼ ଧାମ ପାର୍କିଙ୍ଗ ଅଂଚଳରେ ଜମା ହୋଇଥିବା ଫ୍ଲାଇଏସ ବର୍ତ୍ତମାନ ବାବା ଙ୍କ ଭକ୍ତ ପାଇଁ ବିପଦ ଜନକ ହୋଇ ଉଠିଛି। ବାରମ୍ବାର ସ୍ଥାନୀୟ ବାସିନ୍ଦା ଏବଂ ଘୋଘଡ଼ ଧାମ କମିଟି ପକ୍ଷରୁ ଅଭିଯୋଗ ପରେ ମଧ୍ୟ୍ୟ ଫ୍ଲାଇଏସ ସେଠାରୁ ସ୍ଥାନାନ୍ତରିତ ନହେବାରୁ ବର୍ତ୍ତମାନ ବର୍ଷା ପାଣିରେ ଧୋଇ ହୋଇ ରାସ୍ଥା ଉପରକୁ ଚାଲି ଆସିଛି। ଫଳରେ ରାସ୍ତା ଉପରେ ଭାସୁଛି ଚିକିଣିଆ ଚିକିଣିଆ ଫ୍ଲାଇଏସ ଯୋଗୁ କାଦୁଅ ସୃଷ୍ଟି ହୋଇଛି ଫଳରେ ମୋଟର ସାଇକେଲ ଇସ୍କୁଟି ଚାଲାକ ଏହି ରାସ୍ତା ଦେଇ ବାବାଙ୍କୁ ଦର୍ଶନ କରିବା ଆଶାରେ ଯାଉଥିବା ଭକ୍ତ ମାନଙ୍କର ଗାଡି ଖସିଯାଉଛି ଫଳରେ କ୍ଷାତକ୍ତ ହୋଇ ମେଡିକାଲ କୁ ଯାଉଛନ୍ତି । ଟିକେ ଅସବଧାନ ହେଲେ ଦୁର୍ଘଟଣା ଘଟୁଛି । କମିଟି ପକ୍ଷରୁ ପାର୍କିଙ୍ଗ ସୁବିଧା ପାଇଁ ବର୍ତ୍ତମାନ ଏହାକୁ କିଛିଅଂଶ ଅବଶ୍ୟ ସମତଳ କରାଯାଇଛି, ମାତ୍ର ରାସ୍ତାଠାରୁ ଉଚ୍ଚ ରେ ଥିବା ଯୋଗୁ ବର୍ଷା ହେଲେ ଧୋଇ ହୋଇ ରାସ୍ତାରେ ଜମା ହେଉଛି। ଆଉ ସପ୍ତାହ ପରେ ଘୋଘଦେଶ୍ୱର ଧାମରେ ଆରମ୍ଭ ହେବ ଶ୍ରାବଣୀ ମେଳା, ମାସଯାକ ଚାଲିବାକୁ ଥିବା ଏହି ମେଳା ସହିତ ପ୍ରତି ସୋମବାର ଜଳାଭିଷେକ ପାଇଁ ଆସୁଥିବା ଇସ୍ଥାନୀୟ ଭକ୍ତ ଙ୍କ ଛଡା ପଡୋଶୀ ରାଜ୍ୟ ଛତିଶଗଡ଼ ଝାରଖଣ୍ଡ ଓ ୱେଷ୍ଟ ବେଙ୍ଗଲ ରୁ ଆସୁଥିବା ହଜାର ହଜାର ଭକ୍ତଙ୍କ ପାଇଁ ଏହି ରାସ୍ତା କାଳ ସାଜୁଥିବା ଭଳି ସୁଦୃଶ୍ୟ ଅବସ୍ଥା ସାଜିଛି । ଏହାର ସ୍ଥାୟୀ ସମାଧାନ ନକଲେ ଭକ୍ତମାନଙ୍କ ପାଇଁ ଏହା ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଇସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ସମୟ ଥାଉ ଥାଉ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକଙ୍କ ଦାବୀ ହେଉଛି।

