କେନ୍ଦୁଝର:23//7,(ଉତ୍କଳ ସମାଚାର)ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାକୁ ଦିଲ୍ଲୀଯନ୍ତର ମନ୍ତର ଠାରେ ଆନ୍ଦୋଳନରତ ଛାତ୍ର ଉପରେ ପୋଲିସର ଅମାନୁଷିକ ବର୍ବରତା ଚରମାସୀମା କାର୍ଯ୍ୟାନୁଷ୍ଠାନ ଉପରେ କଂଗ୍ରେସ ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା,ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଇସ୍ତଫା ଦାବୀ ରଖିଥିବା ବେଳେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଭୁବନେଶ୍ୱର ରେ ପିସିସି ସଭାପତି ଭକ୍ତ ଦାସଙ୍କ ଗିରଫଦାରୀ ପ୍ରତିବାଦରେ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ବିକ୍ଷୋଭ ଶୋଭାଯାତ୍ରା କଂଗ୍ରେସ ଭବନ ଠାରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ, ଏଥିରେ ରାଜ୍ୟ ଆଦିବାସୀ ଅଧ୍ୟକ୍ଷ ଯଶୋବନ୍ତ ସିଂହ ଲାଗୁରି, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ପୂର୍ବତନ ଜିଲ୍ଲା ସଭାପତି ମୋହନ ପରିଡା,ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ଯୁବ ସଭାପତି ସୁନେଶ ଧୀର, ଛାତ୍ର ସଭାପତି ଶୁଭମ ରାଜ ସଦର ବ୍ଲକ ସଭାପତି ଉତ୍ତମ କୁମାର ସାହୁ, ଡିସିସି ସାଧାରଣ ସମ୍ପାଦକ ସୁଢଳ କୁମାର ସେଠୀ, ରଘୁନାଥ ପାତ୍ର, ରତ୍ନାକର ଜେନା,ଆଦିତ୍ୟ ଦିବ୍ୟ ସିଂହ, ପୂର୍ଣ୍ଣ ଦାସ, ଦୀନେଶ ରାଉତ,ପବିତ୍ର ପାତ୍ର,ଜଗନ ସାହୁ, ସୁବ୍ରତ ନାୟକ, ସୁଶୀଲ ଗିରି ବହୁ କଂଗ୍ରେସ ପ୍ରେମୀ ଯୋଗ ଦେଇଥିଲେ l
