ରାଉରକେଲା:୨୬/୦୭/୨୬:(ଉତ୍କଳ ସମାଚାର) ରିଖରେ,ରାଉରକେଲା ସରକାରୀ ଡାକ୍ତର ଖାନାରେ ରୋଗୀ ମାନଙ୍କର ରକ୍ତ ଅଭାବକୁ ଗୁରୁତର ସହିତ ବିଚାର କରି,ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନିର୍ଦେଶ ଅନୁସାରେ,ବିଗତ କ୍ରମାଗତ ରବିବାର ଗୁଡିକରେ ବିଜୁ ଛାତ୍ର,ଯୁବ ଓ ମହିଳା ମାନେ ରକ୍ତ ଦାନ ରିଆସୁଛନ୍ତି,ଏହି ମହତ କାର୍ଯ୍ୟକ୍ରମକୁ ଆଗକୁ ନେଇ ଅବସର ପ୍ରାପ୍ତ ଶିକ୍ଷତ୍ରି ତଥା ବିଜୁ ମହିଳା ଜନତା ଦଳ ନେତ୍ରୀ ସୁଶ୍ରୀ ଜୟଶ୍ରୀ ପାନିଗ୍ରାହୀ ଙ୍କ ନେତୃତ୍ବରେ ୨୬/୦୭/୨୬ ରବି ବାର ଦିନ, ଷଷ୍ଠ ଥର ପାଇଁ ,କୋଏଲ ନଗର ସ୍ଥିତ ଭଗବତୀ ମଣ୍ଡପ [ସାମାଜିକକେନ୍ଦ୍ର] ଠାରେ ରାଉରକେଲା ବିଜୁ ମହିଳା ଜନତା ଦଳ ତରଫରୁ ରକ୍ତ ଦାନ ଶିବିର ଅନୁସ୍ଥିତ ହୋଇଯାଇଛି । କ।ର୍ଜ୍ୟକ୍ରମକୁ ବରିଷ୍ଠ ବୁଦ୍ଧିଜୀବୀ ଶ୍ରୀମତୀ ନଳୀନୀ ସୁତାର ଉଦ୍ଘାଟନ କରିଥିଲେ । ମହିଳା ମାନେ ରକ୍ତଦ।ନ କରିବା ପାଇଁ ପ୍ରବଳ ଉଚ୍ଛାହୀତ ଥିବା ଦେଖିବାକୁ ମିଳିଥିଲା । କାର୍ଜ୍ୟକ୍ରମରେ ୫୧ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା,ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ନିଜେ ଉପସ୍ଥିତ ରହି ରକ୍ତ ଦାନ କରିଥିବା ମା ଭଉଣୀ ମାନଙ୍କୁ ଧନ୍ୟବାଦ ଦେବ। ସହିତ ଉଚ୍ଛାହୀତ କରିଥିଲେ । ବିଶେଷ କରି ଏ,ଈ,ଡି ବ୍ଲକ ରୁ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ରକ୍ତଦ।ନ ଭଳି ମହତ କ।ର୍ଜ୍ୟକୁ ପ୍ରସଂଶା କରିଥିଲେ । ସ୍ଥାନୀୟ ବରିଷ୍ଠ ବଜେନ୍ଦ୍ର ଦାଶ, ଅମିୟ ଦାସ, ଅଭିରାମ ମହାନ୍ତି,ଦେବେନ୍ଦ୍ର ୟକ,ରମେଶ ରଥ,ଅଗନି ଦାସ,ରବି ପଣ୍ଡା, ସମେତ ବରିଷ୍ଠ ନେତା ବିରେନ ସେନାପତି, ଜୟନ୍ତ କୁମାର ମିଶ୍ର,ସୁରେନ୍ଦ୍ର କୁମାର ରାଉତ,ସିବ ଦାସ, ମହିଳା ନେତ୍ରୀ ଯୋଷ୍ଣା ନାୟକ,ଛବି ମହାନ୍ତି, ପୂଜା ଜେନା,ଯୁବ ନେତା ପିଙ୍କୁ ଜୟତ୍ସ୍ଵ।ଳ,ଛ।ତ୍ର ନେତା ସଞ୍ଜିତ ରାଉତରାୟ,ଚକ୍ରଧର ମଲ୍ଲିକ, ସୁଦାମ ପ୍ରଧାନ,କାବୁଲି ପ୍ରତିହାରୀ,ପ୍ରଣୟ ନାୟକ,ବିଭୁତି ପୁହାଣ, ପ୍ରମୁଖ ଯୋଗ ଦେଇ କାର୍ଜ୍ୟକ୍ରମକୁ ସଫଳ କରିଥିଲେ ।

