ରାଜଗାଙ୍ଗପୁର ୨୬/୭/୨୬(ଉତ୍କଳ ସମାଚାର)ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଗବେଷଣା କେନ୍ଦ୍ର ବିଦ୍ଯାଳୟରେ ସମ୍ବର୍ଦ୍ଧନା ଉତ୍ସବ ୨୦୨୬ ମହା ସମାରୋହରେ ଆୟୋଜିତ ହୋଇଯାଇଛି । ଏଥିରେ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜଗାଙ୍ଗପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଶୋକ ଲାକ୍ରା, ସମ୍ମାନୀତ ଅତିଥି ଡକ୍ଟର ସରେଜିନୀ ସାହୁ ଉପସ୍ଥିତ ହୋଇ ଶିକ୍ଷାାର ମହତ୍ବକୁ ପ୍ରକାଶ କରି ଶ୍ରୀ ଅରବିନ୍ଦ ବିଦ୍ୟାଳୟର ଏଇ ଭଳିଆ ଆୟୋଜନକୁ ପ୍ରଶଂସା ମଧ୍ଯ କରିଥିଲେ । ଏଇ ଉତ୍ସବରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସଂଜୀବ ବେହୁରା ତାଙ୍କର ସଂକ୍ଷିପ୍ତ ବକ୍ତବ୍ଯ ପ୍ରଦାନ କରିଥିଲେ । ସ୍ବାଗତ ଭାଷଣ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀନବନ୍ଧୁ ସେନାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବକୁ ବିଦ୍ୟାଳୟର ବରିଷ୍ଠ ଇଂରାଜୀ ଶିକ୍ଷକ ସୋହନ ଦାସ ମଞ୍ଚ ପରିଚାଳନା କରିଥିଲେ l ଉକ୍ତ ଉତ୍ସବରେ ଶ୍ରୀ ଅରବିନ୍ଦ ବିଦ୍ୟାଳୟର ସି ବି ଏସ ଇ କ୍ଲାସ ୧୦ ଓ କ୍ଲାସ ଯୁକ୍ତ ୧୨(୨୦୨୫-୨୬) ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶ୍ରେଷ୍ଠ ବିବେଚିତ ହୋଇଥିବା କୃତି ଛାତ୍ର ଛାତ୍ରୀଙ୍କ ସହ ତାଙ୍କର ଅଭିଭାବକମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯକ୍ରମରେ ସମ୍ପାଦକ ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରା, ସହ ସମ୍ପାଦିକା ଶ୍ରୀମତୀ ଅଞନା ବେହୁରା, ସଦସ୍ଯା ବେଲାରାଣୀ ଶତପଥି, ଶ୍ରୀମତୀ ସବିତା ମହାନ୍ତି, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ସାମନ୍ତରାୟ ,ରାଷ୍ଟ୍ରୀୟ ବିଦ୍ୟାଳୟର ଗିରୀଶ ଚନ୍ଦ୍ର ରାଉତ, ଅନ୍ୟ ସଦସ୍ଯ, ସଦସ୍ଯାମାନେ, ତଥା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ,କର୍ମଚାରୀବୃନ୍ଦ, ଛାତ୍ର-ଛାତ୍ରୀଙ୍କ ସହ ଅନ୍ଯ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ ଉତ୍ସବ ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ନେହ ଲତା ରାଉତ ଧନ୍ୟବାଦ ଅର୍ପଣ କରି ଥିଲେ l

