କେନ୍ଦୁଝର:26//7:(ଉତ୍କଳ ସମାଚାର)ରବିବାର ଦିନ ତୈଳିକବୈଶ୍ୟ ସମାଜ କଲ୍ୟାଣମଣ୍ଡପ ରେ ସମାଜର ୧୪ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ସମ୍ପନ୍ନ ହୋଇଯାଇଛି, ଦେବ ବନ୍ଦନା ପରେ ଗତ ଚାରିବର୍ଷ ମଧ୍ୟରେ ଦିବଂଗତ ହୋଇଥିବା ସଦସ୍ୟ ମାନଙ୍କ ଅମରତ୍ମା ର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇ ସଭାପତି ଡ଼ଃ ଜଗଦୀଶ ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତା ରେ ବୈଠକ ଆରମ୍ଭ ହୋଇଥିଲା, ସମ୍ପାଦକ ପ୍ରଭାକର ବେହେରା ସଂଗଠନ ର କାର୍ଯ୍ୟକ୍ରମ ଓ ପ୍ରଗତି ସମ୍ପର୍କ ରେ ବିବରଣୀ ପ୍ରଦାନ କରିଥିଲେ, କୋଷାଧକ୍ଷ ମାୟାଧର ସାହୁ ବିଗତ ବର୍ଷ ର ଆୟ ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ,, ସମାଜର ୧୨ଜଣ ବୟୋଜ୍ୟେଷ୍ଠ ସଦସ୍ୟ ଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରାଯିବା ସହିତ ଉତ୍ତରୀୟ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା, କାର୍ଯ୍ୟକ୍ରମ କୁ ଅମରବର ଖଟୁଆଓ ଭରତ ସାହୁ ପରିଚାଳନା କରିଥିଲେ, ନିର୍ବାଚନ ଅଧିକାରୀ ସନ୍ଦୀପ କୁମାର ବେହେରା ନିର୍ବାଚନ କାର୍ଯ୍ୟ ପରିଚାଳନା କରି ନୂତନ ପରିଷଦ ର ନିର୍ବାଚିତ ପ୍ରତିନିଧି ଙ୍କ ନାମ ଘୋଷଣା କରିଥିଲେ, ବସନ୍ତ କୁମାର ସାହୁ ସଭାପତି, ବିଜୟ କୁମାର ବେହେରା, ଭରତଚନ୍ଦ୍ର ସାହୁ, ସୁଶୀଲ କୁମାର ସାହୁ ଉପସଭାପତି, ମାୟାଧର ସାହୁ ସମ୍ପାଦକ, ପଦ୍ମଲୋଚନ ସାହୁ, ନାରାୟଣ ସାହୁ, ଭାଗିରଥି ସାହୁ, ସହ ସମ୍ପାଦକ, ପ୍ରଭାକର ବେହେରା କୋଷାଧ୍ୟକ୍ଷ୍ ଭାବେ ନିର୍ବାଚିତ ହୋଇଛନ୍ତି, ଶେଷରେ ମାୟାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

