ସମ୍ବଲପୁର,୨୭/୦୭(ଉତ୍କଳ ସମାଚାର),(ସରୋଜ ସାହୁ):ଭଟଲିର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କ ବିୟୋଗରେ ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି I ଶ୍ରୀ ଆଚାର୍ଯ୍ୟ ଏକ ଶୋକ ବାର୍ତ୍ତାରେ କହିଛନ୍ତି ଯେ ସୁଶାନ୍ତ ସିଂ ଙ୍କର ବିୟୋଗ ରାଜନୈତିକ ଓ ସାମାଜିକ ଆନ୍ଦୋଳନରେ ଏକ ଅପୂରଣୀୟ କ୍ଷତି ଘଟାଇଅଛି I ଅତି କମ୍ ବୟସରୁ ସାମାଜିକ କାର୍ଯ୍ୟକ୍ରମ ତଥା ଯୁବ ଆନ୍ଦୋଳନ ପ୍ରତି ତାଙ୍କ ସମର୍ପିତ ମନୋଭାବ ପରବର୍ତ୍ତୀ କାଳରେ ତାଙ୍କ ନେତୃତ୍ବକୁ ଅଧିକ ବଳିଷ୍ଠ କରିଦେଇଥିଲା I ଗାଁ ଗଣ୍ଡାର ସାଧାରଣ ଦୁଖୀ ମଣିଷର ସେବାରେ ସେ ନିଜକୁ ସମର୍ପିତ କରିଦେଇଥିଲେ I ଜଣେ ସଂଘର୍ଷଶୀଳ ଯୁବନେତା ଭାବରେ ଅନ୍ୟାୟ ଓ ଅବିଚାରର ସେ ଦୃଢ ବିରୋଧ କରୁଥିଲେ I ଦୀର୍ଘ ଅସୁସ୍ଥତାପରେ ଏତେ କମ୍ ବୟସରୁ ତାଙ୍କର ବିୟୋଗ ଆମ ସମସ୍ତଙ୍କୁ ମର୍ମାହତ କରିଅଛି I ଶ୍ରୀ ଆଚାର୍ଯ୍ୟ ସ୍ବର୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି I

