ସମ୍ବଲପୁର,୨୭/୦୭(ଉତ୍କଳ ସମାଚାର),(ସରୋଜ ସାହୁ): ଭଟଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି I ତାଙ୍କ ବିୟୋଗରେ ରେ ବିଜୁ ଯୁବ ଜନତା ଦଳ ର ରାଜ୍ୟ ଉପ ସଭାପତି ଶ୍ରୀ ହୀରାଲାଲ ବେହେରା ଗଭୀର ଶୋକ ପ୍ରକାଶ କରିଛନ୍ତି I ଶ୍ରୀ ବେହେରା ଶୋକ ପ୍ରକାଶ କରି କହିଛନ୍ତି ଯେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ I ମା’ ସମଲେଶ୍ୱରୀ ଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି I

