ରାଉରକେଲା:୨୭.୦୭.୨୦୨୬:(ଉତ୍କଳ ସମାଚାର) । ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଆଜି ପବିତ୍ର ଅଧର ପଣା ଉପଲକ୍ଷେ ରାଉରକେଲାର ସେକ୍ଟର -୩ ସ୍ଥିତ ବାହୁଡ଼ା ରଥ ଯାତ୍ରାରେ ତିନି ରଥଙ୍କ ସମ୍ମିଳିତ ପଡ଼ିଆରେ ଅନୁଷ୍ଠାନର ସଦସ୍ୟମାନେ ନିଜର ସହଯୋଗରେ ରନ୍ଧନ କରା ଯାଇ ଥିବା ସୁସ୍ଵାଦୁ ପ୍ରସାଦ ଭକ୍ତମାନଙ୍କୁ ବିତରଣ କରିଥିଲେ । ଏହି ପ୍ରସାଦ ପାଇବା ପାଇଁ ଭକ୍ତ ମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ଓ ଆନନ୍ଦ ମନରେ ପ୍ରସାଦ ସେବନ କରି ଥିଲେ । ଗତ ୨୨ ତାରିଖ ଦିନ ସେକ୍ଟର – ୫ ସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟରେ ମାନ୍ୟବର ରଘୁନାଥପଲ୍ଲୀ ବିଧାୟକ ଦୂର୍ଗା ତନ୍ତୀଙ୍କ ଉଦ୍ଯୋଗରେ ନରେନ୍ଦ୍ର ମୋଦୀ ସେବା ସଙ୍କଳ୍ପ ଦ୍ୱାରା କରା ଯାଇ ଥିବା ପ୍ରସାଦ ବିତରଣ ସେବାରେ ଆମ ସଂଗଠନର ସଦସ୍ୟମାନେ ସାହାଯ୍ୟ କରିଥିଲେ । ଏହି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦିକା ନିଶି ପଦ୍ମା ନନ୍ଦଙ୍କ ପ୍ରଚେଷ୍ଟାରେ ବିବିଧ ସାମାଜିକ, ସେବା କାର୍ଯ୍ୟ, ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମ କରା ଯାଉଚ୍ଛି। ସଂଗଠନର ସଭାପତି ବିଭୁ ପ୍ରସାଦ ନାୟକଙ୍କ ସହଯୋଗ ଓ ମାର୍ଗଦର୍ଶନରେ ପ୍ରସାଦ ବିତରଣ ସେବା କାର୍ଯ୍ୟ କରାଯାଇ ଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଂଗଠନର ଉପସଭାପତି ଗଙ୍ଗାଧର ଦାଶ, ସାଧାରଣ ସମ୍ପାଦିକା ନିଶି ପଦ୍ମା ନନ୍ଦ, ସଂଗଠନ ମନ୍ତ୍ରୀ ମୁକ୍ତିକାନ୍ତ ବେହେରା , କୋଷାଧକ୍ଷ ଶଶାଙ୍କ ପଣ୍ଡା, ଅଶୋକ ପଟେଲ, ମିନତୀ ତ୍ରିପାଠୀ, ବିଷ୍ଣୁପ୍ରିୟା ଦାଶ, ମଞ୍ଜୁଲତା ମୋହିନୀ, ନିରୁପମା ନାୟକ, ମମତା ବାରିକ ଡିମ୍ପଲ ସାହୁ, ଅନନ୍ତ ବରିହା, ମୀରା ପାଣିଗ୍ରାହି ଓ ସନ୍ଧ୍ୟା ପଣ୍ଡା ପ୍ରସାଦ ବିତରଣରେ ସାହାଯ୍ୟ କରିଥିଲେ ।

