ରାଉରକେଲା:3//8,(ଉତ୍କଳ ସମାଚାର)ଆଜି ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କ ଏବଂ କଂଗ୍ରେସ ନେତାମାନଙ୍କ ସହ ବୀରମିତ୍ରପୁର ଥାନାକୁ ଯାଇ ବୀରମିତ୍ରପୁର ଥାନା ଅଧିକାରି ରାମ ପ୍ରସାଦ ନାଗ ଙ୍କ ସହ NH-143 ର ବିପଦପୂର୍ଣ୍ଣ ଅବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ। ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କ ସହ ଫୋନେ ମଧ୍ୟରେ ଏହି ବାବଦରେ ଅବଗତ କରିଥିଲେ ବିଧାୟକ |ବିଧାୟକ କହିଲେ, “ତଲସେରା ଠାରୁ ବର୍ଡର ପର୍ଯ୍ୟନ୍ତ NH-143 ରେ ପ୍ରତିଦିନ ଧୂଳି ଉଡୁଛି, ଗାତ ରହିଛି ଏବଂ ଦୁର୍ଘଟଣା ବଢୁଛି। NHAI ର ଅବହେଳା ଯୋଗୁଁ ଲୋକମାନେ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।”ସେ NHAI କୁ 5 ଦିନର ସମୟ ଦେଇଛନ୍ତି। ଯଦି 5 ଦିନ ମଧ୍ୟରେ ମରାମତି କାର୍ଯ୍ୟ ଆରମ୍ଭ ନହୁଏ, ତେବେ ବୀରମିତ୍ରପୁର ବିଧାୟକଙ୍କ ନେତୃତ୍ୱରେ ସ୍ଥାନୀୟ ନାଗରିକମାନେ ଗଣତାନ୍ତ୍ରିକ ଉପାୟରେ NH ରାସ୍ତାରୋକ୍ କରିବେ ବୋଲି ଚେତାବନୀ ଦେଇଛନ୍ତି।ଏହି ସମୟରେ ବିଧାୟକ ଙ୍କ ସହ ବିଧାୟକ ପ୍ରାର୍ଥନିଧି ଶଶି ସାଗର, ମହେଶ ସାହୁ, ବିଜେଡ଼ି ନଗର ସଭାପତି କୁନା ଦେଓ, କଂଗ୍ରେସ ନେତା ବିକ୍ରମ ପଟନାୟିକ, ଯୁବ ନେତା ପ୍ରମୋଦ ବୁଡ଼ା, ଜାନୁ ଏବଂ ଅନନ୍ୟା ଜନସାଧାରଣ ମାନେ ଉପସ୍ଥିତ ଥିଲେ |

